ଚିକିତ୍ସା ଅବହେଳାରୁ ଚାଲିଗଲା ନାବାଳକଙ୍କ ଜୀବନ । ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କରିବାରୁ ୯ ବର୍ଷ ବୟସ୍କ ନାବାଳକର ମୃତ୍ୟୁ ହୋଇଛି । ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଡାକ୍ତରଖାନାକୁ ସମସ୍ତେ ଚିକିତ୍ସା ହୋଇ ଭଲ ହୋଇଥାନ୍ତି କିନ୍ତୁ ସେଠାରେ ଅବହେଳା କରିବାରୁ ଚାଲିଗଲା ଜଣେ ୯ ବର୍ଷର ବାଳକ । ଯାହାଫଳରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ବୁଧବାର କୋରାପୁଟ ଜିଲ୍ଲା ନାରାୟଣପାଟଣା ଗୋତିଗୁଡ଼ା ଗ୍ରାମରେ ମୃତକ ବାଳକଙ୍କୁ ଜ୍ଵର ହୋଇଥିଲା । ପରିବାର ଲୋକେ ତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମ୍ୟାଲେରିଆ ହୋଇଥିବା କହି କିଛି ଟ୍ୟାଵଲେଟ ଖାଇବାକୁ ଦେଇଥିଲେ । କିନ୍ତୁ ଗୁରୁବାର ସକାଳୁ ସକାଳୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଯାଇଥିଲା ।
ଏହାପରେ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ପାଇପାରି ନଥିଲେ । ଶେଷରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଉଥିଲା । ୧୦୮ ଆମ୍ବୁଲାନ୍ସ ଦ୍ୱାରା କୋରାପୁଟ ଯାଉଥିବା ସମୟରେ ଅଧା ବାଟରେ ବାଳକଟିର ଜୀବନ ଚାଲିଯାଇଥିଲା । ଏହାଫଳରେ ପୁଅର ଶବକୁ ନେଇ ଲୋକମାନେ ତାତି ଉଠିଥିଲେ । ରୋଗୀଙ୍କୁ ଅକ୍ସିଜେନ୍ ଦିଆ ଯାଇନଥିବା ବାରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାଫଳରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି I
ଅଧିକ ପଢନ୍ତୁ :ପୋଖରୀରେ ବୁଡ଼ି ଯୁବକ ମୃତ