ଗୌହ୍ୱାଟୀ: ଆଜିଠାରୁ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ ଆସାମର ଗୌହ୍ୱାଟୀରେ ଏସିଏ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହୋଇଛି । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି । ନିଜ ଟିମର ବୋଲିଂ ଉପରେ ଭରସା କରିଛନ୍ତି ଶ୍ରୀଲଙ୍କା ଅଧିନାୟକ ଚମାରୀ ଆଟ୍ଟାପଟ୍ଟୁ । ଭାରତ ପ୍ରଥମେ ବ୍ୟାଟିଂ କରିବ ।
ଦଶନ୍ଧିର ବ୍ୟବଧାନ ପରେ ଭାରତ ପ୍ରଥମ ଥର ମହିଳା କ୍ରିକେଟ୍ ବିଶ୍ୱକପ୍ ଆୟୋଜନ କରୁଛି । ହାଇବ୍ରିଡ୍ ମଡେଲରେ ବିଶ୍ୱକପ୍ ଖେଳାଯିବ । ପାକିସ୍ତାନ ଏବଂ ଭାରତ ସମ୍ପର୍କରେ ଫାଟ ଯୋଗୁଁ କିଛି ମ୍ୟାଚ୍ ଶ୍ରୀଲଙ୍କା ଏବଂ କିଛି ମ୍ୟାଚ୍ ଭାରତରେ ଖେଳାଯିବ । ହରମନପ୍ରୀତ କୌରଙ୍କ ପ୍ରତିନିଧିତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ।
ଭାରତର ଚୂଡ଼ାନ୍ତ ଏକାଦଶ-
ପ୍ରତିକା ରାୱଲ, ସ୍ମୃତି ମନ୍ଧାନା, ହର୍ଲିନ୍ ଦେଓଲ୍, ହରମନପ୍ରୀତ କୌର (କ୍ୟାପଟେନ୍), ଜେମିମାହ ରୋଡ୍ରିଗସ୍, ରିଚା ଘୋଷ (ୱିକେଟ୍ କିପର୍), ଦିପ୍ତୀ ଶର୍ମା, ଅମନଜୌତ କୌର, ସ୍ନେହ ରାଣା, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ
ଶ୍ରୀଲଙ୍କା ମହିଳା (ଏକାଦଶ ): ଚମାରି ଆଟ୍ଟାପଟ୍ଟୁ (ଗ), ହସିନି ପେରେରା, ହର୍ଷିତା ସମରୱିକ୍ରାମା, ବିଶ୍ମୀ ଗୁନାରତ୍ନେ, କବିଶା ଦିଲହରୀ, ନୀଲକ୍ଷୀ ଦେ ସିଲଭା, ଅନୁଷ୍କା ସଞ୍ଜୀବନୀ (ୱିକେଟ୍ କିପର), ଅଚିନି କୁଲାସୁରିଆ, ସୁଗିକା କୁମାରୀ, ଉଦେଶିକା ପ୍ରବୋଧାନୀ, ଇନୋକା ରାଣାବୀରା