ଆଶ୍ଚର୍ଯ୍ୟ ହୁଅନ୍ତୁନି, ଆତ୍ମହତ୍ୟା ରାସ୍ତାରେ ଆଗକୁ ବଢୁଛନ୍ତି ଆପଣ !
Khabar Odisha:National-news-we-are-preparing-for-suicide-by-ignoring-environmental-crisis
ନୂଆଦିଲ୍ଲୀ, ନଭେମ୍ବର ୨୮(ଖବର ଓଡ଼ିଶା):

ନିକଟ ଅତିତରେ ଅତି ଲୋକପ୍ରିୟ ହୋଇଥିବା ଫିଲ୍ମ ଆଭେଞ୍ଜର୍ସର ଖଳନାୟକ ଥେନୋସ ପୃଥିବୀ ସହିତ ବ୍ରହ୍ମାଣ୍ଡର ଅଧା ଜନସଂଖ୍ୟାକୁ ଶେଷ କରୁଛି । ଥେନୋସ ଅନୁସାରେ ଏହି ଜନସଂଖ୍ୟା ପରିବେଶ ଏବଂ ସଂସାଧନକୁ ବର୍ବାଦ କରି ବ୍ରହ୍ମାଣ୍ଡ ପାଇଁ ବିପଦ ସୃଷ୍ଟି କରୁଛି, ଏଥିପାଇଁ ବ୍ରହ୍ମାଣ୍ଡକୁ ରକ୍ଷା କରିବା ପାଇଁ ଅଧା ଜନସଂଖ୍ୟାକୁ ଶେଷ କରିବା ଦରକାର । ଏହି ଶୃଙ୍ଖଳାରେ ସୁପର ହିରୋମାନେ ବ୍ରହ୍ମାଣ୍ଡକୁ ଥେନୋସରୁ ରକ୍ଷା କରିବା ପାଇଁ ମହାଯୁଦ୍ଧ ଲଢିଥାନ୍ତି ଏବଂ ଶେଷରେ ସଫଳ ହୋଇଥାନ୍ତି । କିନ୍ତୁ ପ୍ରକୃତରେ ଯାହା ଘଟୁଛି ତାହା ଏହାର ସମ୍ପୂର୍ଣ୍ଣ ବିପରୀତ । ପ୍ରଥମ ଥର ପାଇଁ ଏହି ପୃଥିବୀରେ ଅଶ୍ଚର୍ଯ୍ୟଜନକ ରୁପେ ବାସ୍ତବିକତା କଳ୍ପନାକୁ ହରାଇଛି । ଏଠାରେ କୌଣସି ଥେନୋସକୁ ଆମକୁ ହରାଇବାକୁ ପାଇଁ ପରିଶ୍ରମ କରିବାକୁ ପଡିବନି, କାହିଁକି ନାଁ ଏହି ପୃଥିବୀରେ ରହୁଥିବା ଆମେ ମଣିଷ ପୂର୍ବରୁ ହିଁ ସାମୂହିକ ଆତ୍ମହତ୍ୟା ଦିଗରରେ ଆଗେଇ ଚାଲିଛି । ବରଂ ଏହାଠାରୁ ଅଧିକ ଭୟାନକ ଏହା ଯେ ଆମେ ଚାରି ଆରବ ବୟଷ୍କ ତିନି ଆରବ ଶିଶୁ ଏବଂ ନିର୍ଦୋଷ ଯୁବକଙ୍କୁ ମଧ୍ୟ ମୃତ୍ୟୁ ଦିଗକୁ ଟାଣି ନେଉଛୁ, ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏହି ପାପର ଭାଗିଦାର ମଧ୍ୟ ହୋଇ ନାହାନ୍ତି । 

ସମସ୍ତ ଭବିଷ୍ୟବାଣୀ ଏହା ଦର୍ଶାଉଛି ଯେ, ବିପଦର ଘଣ୍ଟି ସବୁ ଦିଗରୁ ବାଜିବାରେ ଲାଗିଛି ଏବଂ ସମସ୍ତଙ୍କୁ ଏହା କଥାର ଆଂଶକା ରହିଛି ଯେ ଆମର ଲାଳସା ଏବଂ ଅତ୍ୟାଚାର ଆଗରେ ପୃଥିବୀର ସହନଶକ୍ତି ଶେଷ ହୋଇଛି । ବାୟୁ ଏବଂ ଜଳ ବିଷାକ୍ତ ହେବାରେ ଲାଗିଛି । ଭୁଗର୍ଭରେ ଥିବା ସମ୍ପଦ ଶେଷ ହେବାରେ ଲାଗିଛି । ତପମାତ୍ର ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀର ସୁରକ୍ଷା କବଚ ଭାଙ୍ଗିବାରେ ଲାଗିଛି । ବିଶାଳକାୟ ଗ୍ଲାସିୟର ତରଳିବାରେ ସାଗିଛି । ମୌସୁମୀ ଚକ୍ର ବଦଳିବାରେ ଲାଗିଛି । ବନ୍ୟା ଏବଂ ମରୁଡିର ହଠାତ ଆକ୍ରମଣ ହାହାକାର ସୃଷ୍ଟି କରୁଛି । ବିଡମ୍ୱନା ଦେଖନ୍ତୁ ଆମେ ଦୁଇ ଚାରି ଦିନ ପାଇଁ ଦିଲ୍ଲୀର ବାୟୁ ପ୍ରଦୂଷଣ ହେଉ ଅବା କେରଳର ବନ୍ୟା ସମ୍ପର୍କରେ ଆଲୋଚନା କରି ପୁଣି ନିଜର ନିଦକୁ ଫେରିଯାଇଥାଉ । ମହାବିନାଶର ପାଦର ଶବ୍ଦକୁ ଶୁଣିବାକୁ ଆମେ ମାନ କରି ଆସୁଛୁ । ପୃଥିବୀର ଲକ୍ଷାଧିକ ପ୍ରଜାତି ମଧ୍ୟରୁ ଏକା ଆମେ, ଯିଏ ନିଜକୁ ଏହି ପରି ଆତ୍ମହତ୍ୟା ପାଇଁ ପ୍ରସ୍ତୁତ କରିପାରିବା । 

ଆମର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସଂସ୍ଥାକୁ ଦେଖନ୍ତୁ । ସେଠାରେ ଆମର ନେତୃତ୍ୱ ନେଉଥିବା ଲୋକମାନେ ଏବେ ମଧ୍ୟ ଏହା ଉପରେ ତର୍କ କରୁଛନ୍ତି ଯେ ପୃଥିବୀ ବିପଦରେ ଅଛି ନାହିଁ, ଯଦି ବିପଦ ଅଛି କଣ କରାଯିବା ଦରକାର , କିଏ ଏହାର ଦାୟିତ୍ୱ ନେବ ଏବଂ କିପରି ଏହି ଦାୟିତ୍ୱ ବର୍ତ୍ତି ପାରିବା । ଅନେକଙ୍କୁ ଲାଗୁଛି ଯେ ଏହା କେବଳ ଆମର କଳ୍ପନା ଅଟେ ଏବଂ କିଛି ସମୟ ପାଇଁ ଆଖି ବନ୍ଦ କରିବା ବସିଲେ ସବୁକିଛି ଠିକ ହୋଇଯିବ । କିନ୍ତୁ ଆଶଂକା ଏହା ଯେ ସେହି ସମୟ କେବେ ଆସିବନି । ଫେରିବାର କୌଣସି ରାସ୍ତା ନଥିବ ଏବଂ ମହାବିନାଶ ନିଜର ରଥ ଆଗକୁ ବଢେଇବ । କିହେ ମଧ୍ୟ ଜାଣି ନାହିଁ ଯେ ପୃଥିବୀର ପ୍ରାକୃତିକ ସନ୍ତୁଳନ ବିଗାଡିବା କେତେ ବଡ ବିପଦ ଆଣିବ । ହୋଇପାରେ ଯେ ଭାଗ୍ୟଶାଳୀ ଏଭଂ ସାଧାନ ସମ୍ପନ୍ନ ଲୋକ ନିଜକୁ ଏଥିରେ ବଞ୍ଚାଇ ନେବେ, ଯେତେବେଳେ କି ଏକ ବଡ ଜନସଂଖ୍ୟା ଏହାର ଗର୍ଭରେ ସମାହିତ ହେବେ । 

ଯଦି ଆମକୁ ସାମୂହିକ ଆତ୍ମହତ୍ୟାକୁ ବଞ୍ଚିବାର ଅଛି, ତେବେ ନିଦକୁ ଉଠିବାକୁ ପଡିବ । ବ୍ରହ୍ମାଣ୍ଡକୁ ଅନନ୍ତ ସମୟ ଏବଂ ସ୍ପେସ ମଧ୍ୟରେ ଏହି କ୍ଷୁଦ୍ର ପୃଥିବୀ ଏକ ଦୁର୍ବଳ କିସ୍ତି ପରି ଠିଆହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା  ସୂଚନା ଅନୁସାରେ ପୃଥିବୀ ଏକ ମାତ୍ର ଗ୍ରହ ଯେଉଁଠାରେ ଜୀବନ ରହିଛି । ଅନ୍ୟ କୌଣସି ଠାରେ ଏପରି ଦୁନିଆ ନାହିଁ, ଯେଉଁଠାରେ ମାନବ ଜାତି ଶରଣ ପାଇ ପାରିବ । ଏପରି ସ୍ଥିତିରେ ଅନ୍ୟ କୌଣସି ପ୍ରଜାତି ଜୀବନକୁ ବାଛିଥାନ୍ତା । କିନ୍ତୁ ମଣିଷ ?

Subscribe

National International State Sports Entertainment