ଏ ଫଟୋ ଆପଣଙ୍କୁ ଚକିତ କରୁଥିବ କିନ୍ତୁ ବୁଝିବା ପାଇଁ ଆପଣଙ୍କୁ ବେଶି କଷ୍ଟ କରିବାକୁ ପଡିବନି। କାରଣ ରାଜନେତାଙ୍କ ପାଇଁ କିଛି ବି ସମ୍ଭବ। ସେମାନେ ଗୀତ ଗାଇ ପାରିବେ, ଗୋବର କିଣିପାରିବେ, ଆଉ ଏବେ ସ୍ମାଇଲ ଦିଆ ମୁହଁରେ ରାଜ୍ୟ ମାନଚିତ୍ରକୁ କୁଣ୍ଢାଇ ଫଟୋ ବି ପୋଷ୍ଟ କରିପାରିବେ। ଆଗକୁ ୨୦୨୪ ସାଧାରଣ ନିର୍ମାଚନ ଏଣୁ ଏଭଳି ଫଟୋ ମାଇଲେଜ୍ ଦେବ। ପାଠକବନ୍ଧୁ, ଏ ଫଟୋ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର। ଯାହାଙ୍କ ଫଟୋ ଏବେ କେବଳ ତାଙ୍କ ଶୋସାଲ ମିଡିଆ ହ୍ୟାଣ୍ଡେଲ ନୁହେଁ ବରଂ ରାଜସ୍ଥାନର ସବୁ କଂଗ୍ରେସି ରାଜନେତାଙ୍କ ହ୍ୟାଣ୍ଡେଲରେ ସ୍ଥାନ ପାଇଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିଜ ପ୍ରୋଫାଇଲ୍ ଫଟୋ ବଦଳାଇଛନ୍ତି। ଯାହା ତଳେ ଲେଖାଯାଇଛି, ଦିଲ-ହୈ- ରାଜସ୍ଥାନୀ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗେହଲଟଙ୍କ ଏଭଳି ଫଟୋ ଏବେ ଭାରି ଚର୍ଚ୍ଚାରେ। କଂଗ୍ରେସର ନିର୍ବାଚନୀ ରଣନୀତିର ଏହା ଆଧାର ବୋଲି ଅନେକ କହୁଛନ୍ତି।
୧୯୮୦ ମସିହାରେ ପ୍ରଥମ ଥର ପାଇଁ ଗେହଲୋଟ୍ ସାଂସଦ ହୋଇଥିଲେ। ଅଶୋକ ଗେହଲୋଟ୍ ୩ ମଇ ୧୯୫୧ରେ ରାଜସ୍ଥାନର ଯୋଧପୁର ସହରରେ ଜନ୍ମଗ୍ରହଣ କରିଥିଲେ।, ସେ ଖୁବ୍ ଶୀଘ୍ର ରାଜନୀତିରେ ପ୍ରବେଶ କରିଥିଲେ। ଗେହଲୋଟଙ୍କ ପିତା ଜଣେ ଯାଦୁକର ଥିଲେ ଏବଂ ଦେଶରେ ମ୍ୟାଜିକ୍ ଶୋ ପ୍ରଦର୍ଶନ କରୁଥିଲେ। ସେ ତାଙ୍କ ପିତାଙ୍କ ସହ ମଞ୍ଚରେ ଯାଦୁ ଦେଖାଇବା ଆରମ୍ଭ କରିଥିଲେ। ଏହି କାରଣରୁ ତାଙ୍କୁ ଜଣେ ଯାଦୁଗର କୁହାଯାଉଥିଲା। ଗେହଲୋଟ୍ ଛାତ୍ର ଦିନରୁ ରାଜନୀତି ଏବଂ ସାମାଜିକ ସେବାରେ ନିୟୋଜିତ ଥିଲେ। ୧୯୭୪ ମସିହାରେ NSUI ରେ ଯୋଗ ଦେଇଥିଲେ ଏବଂ ଅଳ୍ପଦିନରେ ରାଜସ୍ଥାନ ୱିଙ୍ଗର ସଭାପତି ହୋଇଥିଲେ। ଯାଦୁଗରରୁ ରାଜନେତା ବନି ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଗେହଲଟ ଏଥର କଂଗ୍ରେସର ଚଉକି ବଞ୍ଚାଇବାରେ କେତେ ସଫଳ ହେଉଛନ୍ତି ତାହା ୨୦୨୪ ହିଁ କହିବ।
କ୍ରମାଗତ ଦ୍ୱିତୀୟ ଥର ପାଇଁ ନିଜ ଚେୟାରକୁ ବଞ୍ଚାଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଚେଷ୍ଟା କରୁଥିବା ଅଶୋକ ଗେହଲୋଟ୍ ଯୋଧପୁର ଜିଲ୍ଲାର ସର୍ଦ୍ଦାରପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ ଡକ୍ଟର ମହେନ୍ଦ୍ର ସିଂ ରାଠୋରଙ୍କୁ ଛିଡା କରିଛି।