ବାଚସ୍ପତି ଆମକୁ ଅସମ୍ମାନ କଲେ, କାଲିଠୁ ବିଧାନସଭା ଚଲେଇ ଦେବୁନି-ପ୍ରଦୀପ୍ତ ନାୟକ
Khabar Odisha:state-news-opposition-leader-pradipta-nayak-critisice-speaker-over-his-work
ଭୁବନେଶ୍ୱର, ନଭେମ୍ବର ୧୮(ଖବର ଓଡ଼ିଶା):

ବିଧାନସଭାର ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଦଳ ବିଜେପି ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ଅସ୍ତ୍ର କରିଥିଲା । ଏବେ ଏହି ପ୍ରସଙ୍ଗ ଧିରେ ଧିରେ ବଢିବାରେ ଲାଗିଛି । 13 ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନରେ ବିଜେପି ସ୍ମିତାରାଣୀ ପ୍ରସଙ୍ଗରେ ଉଚିତ ତଦନ୍ତ ପାଇଁ ଗୃହରେ ଦାବି ରଖିଥିଲା । କିନ୍ତୁ ଏଥିରେ କୌଣସି ସଫଳତା ନମିଳିବା ପରେ ଗୃହରେ ମୁହଁରେ କତା କପଡା ବାନ୍ଧି ପ୍ରତିବାଦ କରିଥିଲା । ଏହାସହ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମଧ୍ୟ ଧାରଣ ଦେଇଥିଲା । 

ତେବେ ଆଜି ବାଚସ୍ପତିଙ୍କ ଆଚରଣରେ କ୍ଷୁବ୍ଧ ହୋଇ ବିରୋଧୀ ଦଳ ନେତା ଗୃହ ଚଲାଇ ନଦେବାକୁ ଚେତାବନୀ ଦେଇଛନ୍ତି । କାଲିଠାରୁ ପ୍ରଶ୍ନତାଳରୁ ଗୃହ ଚଲାଇ ଦେବେନି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅପରାହ୍ଣରେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇଲା ବେଳେ ଗୃହ ମୁଲତବି ହୋଇଥିଲା । ବାଚସ୍ପତି ଜାଣି ଶୁଣି କୁହାଇ ନଦେବାକୁ ମୁଲତବି କଲେ । ବାଚସ୍ପତି ଆମ ପ୍ରତି ଅସମ୍ମାନ କଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଏହାସହ କାଲିଠାରୁ ପ୍ରଶ୍ନକାଳରୁ ଗୃହ ଚଲାଇ ଦେବୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସେପଟେ ସ୍ମୀତାରାଣୀଙ୍କ ମୃତ୍ୟୁ ସମୟରେ ସେଠାରେ 5 ଜଣ ଥିଲେ, କାହିଁକି ଜଣଙ୍କ ନାଁରେ ମାମଲା ହେଲା । ରାମକୋ କେତେ ଟଙ୍କା ଦେଇଛି ତାର ଖୁଲାସା ହେବା ଦରକାର । ଜଣାପଡିଲେ ଦଳ ନିନ୍ଦିତ ହେବା ଜାଣି ବୋଧେ ବାଚସ୍ପତି ମୁଲତବି କଲେ ବୋଲି କହି ବାଚସ୍ପତିଙ୍କ କାର୍ଯ୍ୟପ୍ରାଣାଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।   

Subscribe

National International State Sports Entertainment