ପଦ୍ମ ଧରିଲେ ସାଇନା ନେହୱାଲ
Khabar Odisha:politics-national-badminton-player-saina-nehwal-join-bjp
ନୂଆଦିଲ୍ଲୀ, ଜାନୁଆରୀ ୨୯ (ଖବର ଓଡ଼ିଶା):

ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର ମଧ୍ୟ କରିବେ । 

ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଶ୍‌ବର ପୂର୍ବତନ ଏକ ନମ୍ବର ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ହରିୟାଣାରେ ରହୁଥିବା ବେଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର ମଧ୍ୟ କରିବେ । ସାଇନା ୨୪ଟି ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ଅଲମ୍ପିକ୍ସରେ ମଧ୍ୟ ଜିତିଛନ୍ତି । ସାଇନାଙ୍କ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଆଗକୁ ଦିଲ୍ଲୀ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ସାଇନା ବିଜେପିରେ ଯୋଗ ଦେବା ପ୍ରସଙ୍ଗକୁ ନେଇ ରାଜନୈିତକ ମାହୋଲ ସରଗରମ ରହିଛି । 

  • Tags:

Subscribe

National International State Sports Entertainment