ନୂଆଦିଲ୍ଲୀ: ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ମାମଲା ଜାତୀୟ ସ୍ତରରେ ପହଁଚିସାରିଛି । ଖୋଦ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମାମଲାକୁ ନେଇ ବିଜେପି ଟାର୍ଗେଟ୍ କରୁଛନ୍ତି । ଏହାରି ମଧ୍ୟରେ ସଂସଦର ମୌସୁମୀ ଅଧିବେଶନରେ ଏହାକୁ ମୁଦ୍ଦା ବନାଇବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି ।
ଆସନ୍ତା ୨୧ରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିରୋଧୀ ଦଳ ସଂସଦ ଘେରାଉ କରିବାକୁ ଆହ୍ୱାନ କରିଛନ୍ତି । ଏ ନେଇ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି । ସଂସଦ ଘେରାଉବେଳେ ଓଡ଼ିଶାର ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ ।
ଅନ୍ୟପକ୍ଷରେ ଆସନ୍ତାକାଲି ରାଜ୍ୟ କଂଗ୍ରେସ ମଧ୍ୟ ଓଡ଼ିଶା ବନ୍ଦ ଡାକରା ଦେଇଛି । ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । କଂଗ୍ରେସ ସହିତ ଅନ୍ୟ ସାତଟି ବାମ ଦଳ ମଧ୍ୟ ସାମିଲ ହେବେ ।