ପାଟଣା: ଲୋକସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଭିଆଇପି ମୁଖ୍ୟ ମୁକେଶ ସହନୀ ହେଲିକପ୍ଟରରେ ମାଛ ଓ ସାନ୍ତରା ପରେ ଏବେ କେକ୍ ଖାଉଥିବାର ଭିଡିଓ ସେୟାର କରିଛନ୍ତି। ଏହାର କାରଣ ହେଲା ଯେ, ଆଜି ତେଜସ୍ୱୀ ଓ ସହନୀ ୨୦୦ତମ ରାଲି କରିବାକୁ ଯାଉଛନ୍ତି। ଏଥି ପାଇଁ ତେଜସ୍ୱୀଙ୍କୁ ସହନୀ ସରପ୍ରାଇଜ୍ ଦେଇଛନ୍ତି।
ତେଜସ୍ୱୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ହେଲିକପ୍ଟରରେ ମୁକେଶ ସହନୀ ଦ୍ୱାରା ଆରଜେଡି ନେତାଙ୍କ ଠାରୁ କଥା ଶୁଣିବାକୁ ମିଳୁଛି। ଆଜି ଆପଣଙ୍କ ଲାଗି ଏକ ସରପ୍ରାଇଜ୍ ରଖିଛି। ସେ କହିଛନ୍ତି, ଏହି କେକ୍ ଓ ଆମମାନଙ୍କର ୨୦୦ତମ ସଭାର ଆୟୋଜନ ହେବାର ଅଛି। ଆଜି ୨୦୫ ହୋଇଯିବ, ଯଦି ପୂରା କରିବା। ଆମେ ଚାହୁଁଛେ, କେକ୍ କଟାଯାଉ । ଆପଣଙ୍କର ୨୦୦ ହୋଇସାରିଛି, ମୋର ପ୍ରଥମ ଥର ୨୦୦ ହେଉଛି। ଏହା ପରେ ତେଜସ୍ୱୀ କହିଛନ୍ତି ମୁଁ ଏହା ଭାବିପାରି ନଥିଲି ମୋର ୨୦୦ ହୋଇଯାଇଛି।
ଏହି ଭିଡିଓରେ ତେଜସ୍ୱୀ ଯେତେବେଳେ ସହନୀଙ୍କୁ ପଚାରୁଛନ୍ତି, ଚିନ୍ତା କେଉଁଠୁ ଆସିଲା? ସେ କହିଲେ, ଆମେ କିଛି ନୂୂଆ କରିଲେ ଲୋକଙ୍କୁ ଅସୁବିଧା ହେଉଛି। ତେଜସ୍ୱୀ ଯାଦବ କହଛନ୍ତି, ଏହି କେକ୍ ବିହାରର ଜନତାଙ୍କ ପାଇଁ ଉଦ୍ଦିଷ୍ଟ। ବିହାରର ଜନତା ଏତେ ଗରମରେ ମଧ୍ୟ ଆମକୁ ଶୁଣିବାକୁ ଆସୁଛନ୍ତି। ସମସ୍ତଙ୍କର ଇଚ୍ଛା ଯେ, ଏଥର ସମ୍ବିଧାନକୁ ସୁରକ୍ଷା ଦିଆଯିବ। ଲୋକତନ୍ତ୍ରକୁ ସୁରକ୍ଷା ଦିଆଯିବ। ଚାକିରି, ବେରୋଜଗାରୀ, ଦରବୃଦ୍ଧି ଓ ଗରିବୀ ହଟାଇବା ପାଇଁ ବିହାରର ଜନତା ଯେଉଁ ଅଦ୍ଭୁତ ସହଯୋଗ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।