ଆଜି ଥିଲା ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଆଉ ଆଜି ଥିଲା ଶେଷଥର ପାଇଁ ଅଧିବେଶନରେ ବସିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉରତାୟ । ବିଧାନସଭା ଗୃହରୁ ସୁର ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ ସୁର ରାଉତରାୟ । ଆଖି ହୋଇଯାଇଥିଲା ଛଳଛଳ କେବଳ ଭାବବିହ୍ୱଳ ହୋଇନଥିଲେ କହିଥିଲେ ଏହା ମୋର ଶେଷ ବିଧାନସଭା।
ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ସେ ନିଷ୍ପତି ନେଇସାରିଛନ୍ତି । ଶେଷ ଦିନର ସୁର କହିଛନ୍ତି ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ବି କରିବି । ନିର୍ବାଚନ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ ଯେମିତି କାମ କରୁଥିଲି କରିବି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ତେବେ ବିଧାନସଭାକୁ ଆଉ କେବେ ଆସିପାରିବିନି ସେଥିପାଇଁ ମୋତେ ଦୁଃଖ ଲାଗୁଛି ।
ସୂଚନାଯୋଗ୍ୟ , ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର ରାଉତରାୟ କିନ୍ତୁ ଚଳିତ ୨୦୨୪ ନିର୍ବାଚନରେ ସୁରଙ୍କୁ ଆଉ ରାଜନୀତି ମୈଦାନରେ ଦେଖିବାକୁ ମିଳିବନି । ଏହି ଆସନରେ ନିଜ ସାନପୁଅକୁ ପ୍ରାର୍ଥୀ କରିବାକୁ ସୁର ଘୋଷଣା କରିଛନ୍ତି । ଏଥର ତାଙ୍କର ଦୁଇ ପୁଅ ନିର୍ବାଚନ ଲଢିବେ ବୋଲି ସୁର ରାଉତରାୟ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢନ୍ତୁ :- ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଟଙ୍କା