ଆଜି ବିଜେପିରେ ଯୋଗଦେବେ ପାଟିଦାର ଆନ୍ଦୋଳନର ସୂତ୍ରଧାର ହାର୍ଦ୍ଦିକ ପଟେଲ
Khabar Odisha:Politics-Hardik-Patel-political-career-Patidar-reservation-agitation-congress-BJP

ଅହମଦାବାଦ, ଜୁନ୍ ୦୨ (ଖବର ଓଡ଼ିଶା): ଗୁଜରାଟରେ ହାର୍ଦ୍ଦିକ ପଟେଲଙ୍କୁ ନେଇ ଦ୍ୱନ୍ଦ୍ୱ ଶେଷ ହୋଇଯାଇଛି । କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ହାର୍ଦ୍ଦିକ ପଟେଲ ଜୁନ ୨ ତାରିଖ (ଗୁରୁବାର) ପଦ୍ମ ଧରିବେ । ହାର୍ଦ୍ଦିକ ପଟେଲଙ୍କ ଜୁନ ୨ରେ ଯେଉଁ କାର୍ଯ୍ୟକ୍ରମ ସାମ୍ନାକୁ ଆସିଛି, ସେ ସକାଳ ୯ଟାରେ ନିଜ ଘରେ ଦୁର୍ଗା ପୂଜାର ଆୟୋଜନ କରୁଛନ୍ତି । ଦୁର୍ଗା ପୂଜା ପରେ ହାର୍ଦ୍ଦିକ ସ୍ୱାମୀନାରାୟଣ ଯିବେ ଏବଂ ସେଠାରେ ଗୋ ପୂଜା କରିବେ । 

ହାର୍ଦ୍ଦିକ ପଟେଲ ଆଜି ପୂର୍ବାହ୍ନରେ ବିଜେପିର କାର୍ଯ୍ୟାଳୟ କମଲମ ପହଞ୍ଚି ପାର୍ଟିର ସଦସ୍ୟତା ଗ୍ରହଣ କରିବେ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସିଆର ପାଟିଲ, ହାର୍ଦ୍ଦିକ ପଟେଲଙ୍କୁ ସଦସ୍ୟତା ଦେବେ । ଏଥି ସହିତ ହାର୍ଦ୍ଦିକ ପଟେଲଙ୍କ ନୂଆ ରାଜନୈତିକ ଜୀବନ ଆରମ୍ଭ ହୋଇଯିବ । 

ହାର୍ଦ୍ଦିକ ପଟେଲ ୨୦୧୪ରେ ସର୍ବସାଧାରଣରେ ଚିହ୍ନିତ ହୋଇଥିଲେ । ସେହି ସମୟରେ ହାର୍ଦ୍ଦିକ ପାଟିଦାର ସଂଗଠନ ସର୍ଦ୍ଦାର ପଟେଲ ଗ୍ରୁପ ସହିତ ଜଡ଼ିତ ଥିଲେ । ଏହି ଗ୍ରୁପ ପରବର୍ତ୍ତୀ ସମୟରେ ପାଟିଦାର ସଂରକ୍ଷଣ ଦାବି କରି ଆନ୍ଦୋଳନ ଆରମ୍ଭ କରିଥିଲା । ୨୦୧୫ରେ ପାଟିଦାର ସଂରକ୍ଷଣ ଦାବି ନେଇ ପ୍ରଥମ ରାଲି ଭିସନଗରରେ ବାହାରିଥିଲା । ଏହି ରାଲିରେ ହାର୍ଦ୍ଦିକ ପଟେଲ ଓ ଅନ୍ୟ ମାନଙ୍କ ଉପରେ ବିଜେପି କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ହାର୍ଦ୍ଦିକ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ମିଳିଥିଲା । କିନ୍ତୁ ସୁପ୍ରିମକୋର୍ଟ ଜେଲଦଣ୍ଡକୁ ଖାରଜ କରିଦେଇଥିଲେ । 

ହାର୍ଦ୍ଦିକ ପଟେଲ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ ଓ ରାହୁଲ ଗାନ୍ଧୀଙ୍କର ଭେଟ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୦ରେ ସେ ଦଳର କାର୍ଯ୍ୟକାରୀ ସଭାପତି ହୋଇଥିଲେ । 

 

  • Tags:

Subscribe

National International State Sports Entertainment