କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ବେଙ୍ଗଲ ରାଲି ବାତିଲ୍ କଲେ ପ୍ରଧାନମନ୍ତ୍ରୀ
Khabar Odisha:PM-Cancels-Bengal-Visit-Tomorrow-Will-Chair-High-Level-Meetings-On-Covid

ନୂଆଦିଲ୍ଲୀ, ଏପ୍ରିଲ ୨୨ (ଖବର ଓଡ଼ିଶା): ଏବେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଶେଷ ପର୍ଯ୍ୟାୟ ଆଡକୁ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ପ୍ରଚାର କରିଥାନ୍ତେ । ମାତ୍ର ଆସନ୍ତା କାଲି ଦେଶରେ ଜରୁରୀ କାଳୀନ କୋଭିଡ୍ ସ୍ଥିତି ସମୀକ୍ଷା କରିବା ପାଇଁ ନିଜ ବେଙ୍ଗଲ ଗସ୍ତ କୁ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଆଜି ଏ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଧାମନ୍ତ୍ରୀ ଏକ ଉଚ୍ଚ ସ୍ଥରୀୟ ବୈଠକରେ ଦେଶର କରୋନା ସ୍ଥିତି ସମୀକ୍ଷା କରିବେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ବେଙ୍ଗଲ ରାଲି ବାତିଲ କରିଥିବା ସୂଚନା ଦେଇଛନ୍ତି ।

ବର୍ତମାନ ପୁରା ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଦିନକୁ ପ୍ରାୟ ଦୁଇ ଲକ୍ଷରର ଉର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଥିବା ଏହାକୁ ଆୟତକୁ ନେବା ପାଇଁ କେନ୍ଦ୍ର ସରକାର ଘନଘନ ବୈଠକ କରିବା ସହିତ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।

  • Tags:

Subscribe

National International State Sports Entertainment