ଝାଡଖଣ୍ଡ: ନିର୍ବାଚନ ରାଲିରେ ପିଏମ ମୋଦୀ- ଛଳନା ଏବଂ ସ୍ୱାର୍ଥର ରାଜନୀତି କରୁଛି କଂଗ୍ରେସ-ଜେଏମଏମ
Khabar Odisha:National-politics-Jharkhand-Assembly-Election-PM-Narendra-Modi-To-Address-Public-Rallies-In-Jharkhand
ଖୁଣ୍ଟି,ଡିସେମ୍ଵର ୦୩ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ଖୁଣ୍ଟିରେ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ବିରୋଧୀ କଂଗ୍ରେସ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ପିଏମ ମୋଦୀ କହିଛନ୍ତି କଂଗ୍ରେସ ଏବଂ ଜେଏମଏମ କେବଳ ଛଳନା ଏବଂ ସ୍ୱାର୍ଥର ରାଜନୀତି କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ସେବାଭାବର ରାଜନୀତି କରୁଛି । ଜେଏମଏମ ଏବଂ କଂଗ୍ରେସର ପୂର୍ବତନ ସରକାର ଗୁଡିକ ଉପରେ ଆଦିବାସୀଙ୍କ ପାଇଁ କାମ ନ କରିବା ଅଭିଯୋଗ କରି ପିଏମ ମୋଦୀ କହିଛନ୍ତି ଏହି ସରକାରମାନେ ଆଦିବାସୀଙ୍କୁ ଚାଳ ଘରେ ରହିବାକୁ ବାଧ୍ୟ କରିଥିଲା । 

ପିଏମ ମୋଦୀ କହିଛନ୍ତି କଂଗ୍ରେସ ଏବଂ ଜେଏମଏମ କ୍ଷମତାକୁ ଫେରିବା ପାଇଁ ଏତେ ବ୍ୟାକୂଳ ଅଛି ଯେ ସେ ଆପଣମାନଙ୍କ ମଧ୍ୟରେ ମିଛ ପ୍ରଚାର କରୁଛନ୍ତି, ଡର ଏବଂ ଭ୍ରମ ସୃଷ୍ଟି କରୁଛନ୍ତି । ଏଠାରେ ଉଦ୍ୟୋଗ, ପର୍ଯ୍ୟଟନ ସମୃଦ୍ଧ ହେଉ ଏହା ସେମାନ ଚାହୁଁନାହାନ୍ତି । ଏମାନେ ଜାଣିଛନ୍ତି ଯେ ଏପରି ହେବା ଦ୍ୱାରା ଗରିବଙ୍କ ପାଖକୁ ଟଙ୍କା ଆସିବ, ଯାହାପରେ କଂଗ୍ରେସ ଏବଂ ଜେଏମଏମକୁ କେହି ପଚାରିବେନି । 

ଝାଡଖଣ୍ଡରେ ନଭେମ୍ୱର 30ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 13ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମତଦାନ କଥା ଉଠାଇ ପିଏମ ମୋଦୀ କହିଛନ୍ତି, ପ୍ରଥମ ଚରଣ ନିର୍ବାଚନ ପରେ ତିନୋଟି କଥା ସ୍ପଷ୍ଟ ହୋଇଛି । ପ୍ରଥମ-ଲୋକତନ୍ତ୍ରକୁ ମଜବୁତ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଝଡଖଣ୍ଡ ଲୋକଙ୍କ ଆସ୍ଥା ଅଭୂତପୂର୍ବ । ଦ୍ୱିତୀୟ-ବିଜେପି ସରକାର ଯେଉଁପରି ଭାବେ ନକ୍ସଲବାଦର ମେରୁ ହାଡ ଭାଙ୍ଗିଛି, ତାହାପରେ ଏଠାରେ ଭୟର ମାହୋଲ କମ ହୋଇଛି ଏବଂ ବିକାଶର ମାହୋଲ ସୃଷ୍ଟି ହୋଇଛି । ତୃତୀୟ-ଝାଡଖଣ୍ଡର ଲୋକଙ୍କ ମଧ୍ୟରେ ବିଜେପି ସରକାର ପ୍ରତି ଏକ ବିଶ୍ୱାସ ଭାବନା ରହିଛି । 

Subscribe

National International State Sports Entertainment