ପାକିସ୍ତାନର ହମଦର୍ଦୀ ଅବୈସୀ କହିଲେ- ଦେଶରେ ଅଛନ୍ତି ଗୋଡ଼ସେଙ୍କ ଔଲାଦ, ମୋତେ ଗୁଳି କରି ପାରନ୍ତି
Khabar Odisha:National-odisha-aimim-chief-asaduddin-owaisi-targets-modi-government-on-article-370-scrapped-from-jammu-and-kashmir
ହାଇଦ୍ରାବାଦ,ଅଗଷ୍ଟ୧୪(ଖବର ଓଡ଼ିଶା):

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଅବୈସୀ କାଶ୍ମୀର ବାହାନାରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି। ଅବୈସୀ ଗମ୍ଭୀର ଆରୋପ ଲଗାଇ କହିଛନ୍ତି ଯେ କେନ୍ଦ୍ର ସରକାର କେବଳ କାଶ୍ମୀରୀଙ୍କ ଜମିକୁ ଭଲ ପାଉଛନ୍ତି, ସେମାନଙ୍କୁ ନୁହଁ। ସେ କଡ଼ା ଶବ୍ଦରେ କହିଛନ୍ତି ଯେ,  ବର୍ତ୍ତମାନ ଘାଟିରେ ଜରୁରୀକାଳୀନ ପରି ସ୍ଥିତି ରହିଛି। ଦେଶରେ ଏବେ ବି ଗୋଡ଼ସେଙ୍କ ପିଲା ଅଛନ୍ତି ଯିଏ ମୋତେ ଗୁଳି ମଧ୍ୟ କରିପାରେ।

ଏହି ସମୟରେ ଅବୈସୀ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ବାହାନାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଧାରା ୩୭୦ ପାଇଁ ତାମିଲ ଅଭିନେତା  ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ୍ ଶାହାଙ୍କୁ ‘କୃଷ୍ଣ ଓ ଅର୍ଜୁନ’ କହୁଛନ୍ତି। ଏମିତି ସ୍ଥିତିରେ କୌରବ ଓ ପାଣ୍ଡବ କିଏ। କଣ ଆପଣ ଦେଶରେ ଆଉ ଏକ ମହାଭାରତ ଚାହୁଁଛନ୍ତି।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପ୍ରଶ୍ନର ଉତ୍ତର ଦେଇ ଅବୈସୀ କହିଛନ୍ତି ମୋତେ ବିଶ୍ଵାସ ଯେ ଦିନେ ଦିନେ ମୋତେ କିଏ ଗୁଳି କରିବ। ଗୋଡସେଙ୍କ ପିଲା ଅଛନ୍ତି, ସେମାନେ ମୋ ସହ ଏମିତି କରି ପାରନ୍ତି। ଆମ ଦେଶରେ ଏବେ ବି ଗୋଡ଼ସେଙ୍କ ପିଲା ଅଛନ୍ତି। ସରକାରଙ୍କ କାଶ୍ମୀରୀ ଲୋକଙ୍କ ପ୍ରତି କୌଣସି ଭଲ ପାଇବା ନାହିଁ। କେବଳ ସେମାନଙ୍କ ଜମି ଉପରେ ସରକାରଙ୍କ ନଜର ରହିଛି। 

Subscribe

National International State Sports Entertainment