କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ୩୦୦ରୁ ଅଧିକ କର୍ମୀ, ସ୍ୱାଗତ କଲେ ମୁଖମନ୍ତ୍ରୀ ଶିବରାଜ
Khabar Odisha:Nation-More-than-300-congress-workers-join-BJP-at-Bhopal-CM-Shivraj-welcomes-them

ଭୋପାଳ, ଜୁନ ୧୭ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ବିଧାନସଭାର ଉପନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଡ଼ିହେଉଥିବା ଦେଖାଯାଉଛି । ମଙ୍ଗଳବାର ପୂର୍ବତନ ବିଧାୟକ ରାଜବର୍ଦ୍ଧନ ସିଂହ ଦତ୍ତିଗାଁରେ ୩୦୦ରୁ ଅଧିକ ସମର୍ଥକଙ୍କ ସହିତ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ରାଜଧାନୀ ଭୋପାଳରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କର ପାର୍ଟିକୁ ସ୍ୱାଗତ କରିଛନ୍ତି । କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ଭି.ଡି ଶର୍ମା ମଧ୍ୟ ଥିଲେ । ରାଜବର୍ଦ୍ଧନ ସିଂହ ଦତ୍ତିଗାଓ ଧାର ଜିଲ୍ଲାରେ ବଦନାୱରରୁ ବିଧାୟକ ଥିଲେ । ତାଙ୍କର ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମ ନୂତନ ସଦସ୍ୟମାନଙ୍କୁ ବିଜେପି ସ୍ୱାଗତ ଜଣାଇବା ସହିତ ବିଦ୍ଧିବଦ୍ଧ ସଦସ୍ୟତା ଦେଇଛି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ନୂତନ ସଦସ୍ୟ ଆସବା ପରେ ପରିବାରର ଲୋକସଂଖ୍ୟା ବଢ଼ିଯାଇଛି । ସମସ୍ତେ ଏକଜୁଟ ହୋଇ ଦଳକୁ ମଜବୁତ କରିବାର ସଂକଳ୍ପ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ଶର୍ମା ନୂତନ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ନୂତନ-ପୁରୁଣା ଭେଦଭାବ ଭୁଲି କାମ କରିବାକୁ କହିଛନ୍ତି । 

 

  • Tags:

Subscribe

National International State Sports Entertainment