କଂଗ୍ରେସ ଛାଡିଲେ ଅନୀଲ ଆଣ୍ଟୋନୀ
Khabar Odisha:Congresss-AK-Antonys-Son-Quits-Party-Cites-Post-On-BBC-Series-On-PM-Modi
ଖବର ଓଡିଶା : 25/01/2023:

କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଝଟକା। ଦଳ ଛାଡ଼ିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀଙ୍କ ପୁଅ ତଥା  କେରଳ କଂଗ୍ରେସ ଡିଜିଟାଲ ମିଡିଆ ସେଲର ମୁଖ୍ୟ ଅନୀଲ ଆଣ୍ଟୋନୀ। କଂଗ୍ରେସର ସମସ୍ତ ପଦ ଛାଡିଛନ୍ତି ଅନୀଲ ଆଣ୍ଟୋନୀ । ସୋସିଆଲ ମିଡିଆରେ ଟୁଇଟ୍ ଯୋଗେ ନିଜ ଇସ୍ତଫା ନେଇ ସୂଚନା ଦେଇଛନ୍ତି ଅନିଲ ଆଣ୍ଟୋନୀ । ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀକୁ ବିରୋଧ କରିଥିଲେ ଅନୀଲ । ଅନିଲ ଆଣ୍ଟୋନି କହିଥିଲେ, ଭାରତୀୟ ପ୍ରତିଷ୍ଠାନ ବଦଳରେ ବ୍ରିଟିଶ ପ୍ରସାରଣକାରୀଙ୍କ ବିଚାରକୁ ଗୁରୁତ୍ୱ ଦେଲେ ଦେଶର ସାର୍ବଭୌମତ୍ବ ପ୍ରଭାବିତ ହେବ । ତେବେ କଂଗ୍ରେସ ପକ୍ଷରୁ ଅନୀଲଙ୍କ ଏପରି ଷ୍ଟାଣ୍ଡକୁ ବିରୋଧ କରାଯାଇଥିଲା। ଏହା ଅନୀଲଙ୍କୁ ଖୁବ ମର୍ମାହତ କରିଥିଲା । ସେଥିପାଇଁ ସେ ଇସ୍ତଫା ଲାଗି ନିଷ୍ପତ୍ତି ନେଇଥିବା ଅନିଲ କହିଛନ୍ତି । 

Subscribe

National International State Sports Entertainment