ମୁଁ କଂଗ୍ରେସର ବିଚାରଧାରା ପ୍ରତି ନିଷ୍ଠାବାନ, କିନ୍ତୁ କୌଣସି ପରିବାର ପ୍ରତି ନୂହେଁ
Khabar Odisha:After-being-expelled-from-the-Congress-Sanjay-Jha-said---I-am-loyal-to-the-ideology-of-the-Congress-not-to-any-family
ନୂଆଦିଲ୍ଲୀ, ଜୁଲାଇ ୧୫( ଖବର ଓଡ଼ିଶା):

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସରୁ ନିଲମ୍ବିତ ହେବା ପରେ ସଞ୍ଜୟ ଝା କହିଛନ୍ତି ଯେ ମୁଁ କୌଣସି ବ୍ୟକ୍ତି କିମ୍ବା ପରିବାର ପ୍ରତି ନୁହେଁ, କଂଗ୍ରେସର ଆଦର୍ଶ ପ୍ରତି ବିଶ୍ୱସ୍ତ ଅଟେ ।

ଏହା ସହ ସଞ୍ଜୟ ଝା ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଲମ୍ୱିତ ହେବା ପରେ ମଧ୍ୟ ଗାନ୍ଧୀ ଏବଂ ନେହେରୁଙ୍କ ଆଦର୍ଶକୁ ଅନୁସରଣ କରୁଛି । ସଞ୍ଜୟ ଝା ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଗାନ୍ଧୀ ଏବଂ ନେହେରୁଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କ ସଂଖ୍ୟା ଦିନକୁ କଂଗ୍ରେସ ଦଳରେ ହ୍ରାସ ହୋଇଯାଉଛି । ଝା କହିଛନ୍ତି ଯେ ଏହି ଲଢେଇ ବର୍ତ୍ତମାନ ଆରମ୍ଭ ହୋଇଛି ।

ସଞ୍ଜୟ ଝା ମଧ୍ୟ ସୂଚାଇ ଦେଇଛନ୍ତି ଯେ ସେ ବର୍ତ୍ତମାନ ସେ ହାର ମାନିବେ ନାହିଁ । ସେ କହିଛନ୍ତି ମୁଁ ପୁଣି ଥରେ ମୋ ପାର୍ଟିକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ସବୁବେଳେ ମୌଳିକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା ଙ୍କୁ ଦଳ ନିଲମ୍ବିତ କରିଛି । ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କଂଗ୍ରେସ ସଞ୍ଜୟ ଝା ଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ନିଲମ୍ୱିତ କରିଛି।

କିଛି ଦିନ ତଳେ ତାଙ୍କୁ ଦଳର ମୁଖପାତ୍ର ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ଗୋଟିଏ ଦିନ ପୂର୍ବରୁ ସଞ୍ଜୟ ଝା ସଚିନ୍ ପାଇଲଟଙ୍କୁ ସମର୍ଥନ କରି ଟୁଇଟ୍ କରିଥିଲେ । ଏହି ଟୁଇଟ୍‌ରେ ସେ ସଚିନ ପାଇଲଟ କରିଥିବା ଦାବିକୁ ଯଥାର୍ଥ ବୋଲି କହି ସମର୍ଥନ ଜଣାଇଥିଲେ । ଏହା ସହ ପାଇଲଟଙ୍କ ଯୋଗ୍ୟତା ପ୍ରମାଣ କରିବାକୁ ଯାଇ ସେ କିଛି ତଥ୍ୟକୁ ମଧ୍ୟ ଆକଳନ କରିଥିଲେ।

  • Tags:

Subscribe

National International State Sports Entertainment