ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନାହିଁ। ଆମରଣ ଅନଶନରେ ବସି ସେ ନିଜର ସ୍ବାସ୍ଥ୍ୟକୁ ଅଣଦେଖା କରିଛନ୍ତି। ହରିୟାଣା ସରକାର ପାଣି ଦିଆ ନଯିବାକୁ କେନ୍ଦ୍ରକରି ଆତିଶୀ ଧାରଣାରେ ବସିଥିଲେ। ଆପ୍ କହିଛି ଯେ, ହରିୟାଣାରୁ ପାନୀୟ ଜଳ ନଆସିବା କାରଣରୁ ଦିଲ୍ଳୀରେ ଜଳ ସଂକଟ ଦେଖାଯାଇଛି।
ଆତିଶୀଙ୍କୁ ମଙ୍ଗଳବାର ଭୋର୍ରୁ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (ଏଲ୍ଏନ୍ଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନୂଆଦିଲ୍ଲୀରେ ଜଳ ସଂକଟକୁ ନେଇ ଗତ ୨୧ ତାରିଖ ଠାରୁ ଆମରଣ ଅନଶନରେ ବସିଥିଲେ।
ଦିଲ୍ଲୀ ସରକାରରେ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ରାତି ଠାରୁ ତାଙ୍କର (ଆତିଶୀ) ବ୍ଲଡ ଶୁଗାର ସ୍ତର ହ୍ରାସ ପାଇଛି। ଆମେ ଯେତେବେଳେ ତାଙ୍କର ବ୍ଲଡ ଶୁଗାର ନମୁନା ପରୀକ୍ଷା କରାଇଲୁ, ଏହା ୪୬ ଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।