ପ୍ରଥମ ଦିନରୁ ଆକ୍ସନ ମୁଡ଼ରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ପାଠର ୬ ଘଣ୍ଟା ଭିତରେ ପୂରଣ ହୋଇଛି ମୋଦୀ ଗ୍ୟାରେଣ୍ଟି । ଯାହା କହିଥିଲେ ତାହା କରି ଦେଖାଇଛି ବିଜେପି ସରକାର । ନିର୍ବାଚନ ପୂର୍ବରୁ ୪ ଦ୍ୱାର ଖୋଲିବା ପ୍ରସଙ୍ଗକୁ ନେଇ ପ୍ରତିଶୃତି ଦେଇଥିଲେ ଏବଂ ଏହାକୁ ପୂରଣ କରିବା ସହ ଆଜି ୪ ଦ୍ୱାରା ଖୋଲା ଯାଇଛି । ଦୀର୍ଘ ବର୍ଷ ଧରି ଚାଲିଆସୁଥିବାରୁ ସମସ୍ୟାର ସମାଧାନ ମିଳିଛି । ଏବେ ସିଂହଦ୍ୱାର ସମେତ ଅନ୍ୟ ୩ ଦ୍ୱାରା ଦେଇ ଭକ୍ତ ପ୍ରବେଶ କରୁଛନ୍ତି । କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ ଦିନରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶପଥ ପାଠ ର କେଇ ଘଣ୍ଟା ପରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଐତିହାସିକ ନିଷ୍ପତ୍ତି ନେଇଛି ରାଜ୍ୟରେ ବିଜେପି ସରକାର । ଓଡ଼ିଆ ଅସ୍ମିତା ପାଇଁ ଲଢେଇ କରି ବିଜୟ ହାସଲ କରିଛନ୍ତି । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସାରି ପ୍ରତିକ୍ରିୟା ରଖିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।
୪ ଦ୍ୱାର ଖୋଲାଯିବ ବ୍ୟତୀତ ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣ ପାଇଁ ୫୦୦ କୋଟି କର୍ପସ୍ ଫଣ୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୪ ଖୋଲିବା ପରେ ଭକ୍ତ ସୁରୁଖୁରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ନା ଗଳା ବାଟ ବଞ୍ଚିଛି ନା ରହିଛି ଦୀର୍ଘ ସମୟର ଅପେକ୍ଷା । ଏବେ ଭକ୍ତ ନିର୍ଦ୍ୱନ୍ଦରେ ଦର୍ଶନ ପାଇଁ ଯାଉଛନ୍ତି । ୨୦୧୯ ମସିହା କ୍ୟାବିନେଟରେ ନିଷ୍ପତ୍ତି ନେଇ ଚାରି ଦ୍ୱାର ବନ୍ଦ ଷଡ଼ଯନ୍ତ୍ର ରଚିଥିଲା ତତ୍କାଳୀନ ବିଜେଡି ସରକାର । ଓଡ଼ିଆଙ୍କ ପାଇଁ ଲଢେଇ କରି ମୋହନ ସରକାର ଶପଥ ପାଠର କିଛି ମୁହୂର୍ତ୍ତ ପରେ ଇତିହାସ ରଚିଛନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ସୁଅ ଛୁଟୁଥିବାବେଳେ ଭକ୍ତ ଓ ସେବାୟତ ଖୁସି ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ : ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ