କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ଏକ ଅବିସ୍ମରଣୀୟ ଦିନ । ଏହା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ଆଜି ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ନେତା ଘୋଷଣାରେ ସମୟରେ ନିଯୁକ୍ତ ସହ-ପର୍ଯ୍ୟବେକ୍ଷକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମାଝୀ ନବ ନର୍ବାଚିତ ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ନବ ନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୨୦୧୧ ପରେ ବିଜେପି ପ୍ରଥମ ଥର ପାଇଁ ନିର୍ବାଚନରେ ୨୦୦ ଆସନ ପାର୍ କରିଛି । ଏକ ଅବିସ୍ମରଣୀୟ ଦିନ ହୋଇ ରହିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବଙ୍ଗର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଏବଂ ମାଆ କାଳୀଙ୍କ ଆର୍ଶୀବାଦରୁ ଏହା କେବଳ ଅସମ୍ଭବ ସମ୍ଭବ ହୋଇପାରିଛି ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ଲୋକେ କୋଲକାତାକୁ ଦ୍ୱିତୀୟ ଘର ମାନନ୍ତି । ଏହି ଦୁଇ ରାଜ୍ୟର ଲୋକେ ମହାପ୍ରଭୁଙ୍କୁ ହୃଦୟରୁ ଭଲ ପାଆନ୍ତି । ଏହା ଦ୍ୱାରା ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ । କେତେ ଦଶନ୍ଧି ପରେ ପଶ୍ଚିମବଙ୍ଗରେ ନୂଆ ସକାଳ ଆସିଛି । ନୂଆ ଇତିହାସ ସୃଷ୍ଟି ହୋଇଛି । ବଙ୍ଗର ନୂତନ ଅଧ୍ୟାୟ ଲେଖାଯିବ । ଏଥିରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସହିତ ଦାୟିତ୍ୱ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୀତୀନ ନବୀନ ଏବଂ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ପଶ୍ଚିମବଙ୍ଗର ଜନତା ସମସ୍ତ ଭୟକୁ ପଛରେ ପକାଇ ବିକାଶର ରାସ୍ତାକୁ ବାଛିଛନ୍ତି । ଶାହଙ୍କ ଦୃଢ଼ ରଣନୈତିକ କୌଶଳ ସାମ୍ନାରେ ବିରୋଧୀଙ୍କ କୌଣସି ଯୋଜନା କାମ କରିପାରିଲା ନାହିଁ । ଏହା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବିକଶିତ ଭାରତ’ର ପରିକଳ୍ପନାରେ ପୂର୍ବ ଭାରତର ବିକାଶ ମହତ୍ୱପୂର୍ଣ୍ଣ । ତେଣୁ ପଶ୍ଚିମବଙ୍ଗର ବିଜୟ ସହିତ ଏହି ମିଶନ ସାକାର ହେବ । ବିଜୟ ସହିତ ଅଙ୍ଗ-ବଙ୍ଗ-କଳିଙ୍ଗ ସ୍ୱପ୍ନ ପୂରଣ ହୋଇଛି ।