ମୋଦିଙ୍କ ପ୍ରଶଂସା କଲେ USISPF ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସର୍ବଶ୍ରେଷ୍ଠ ନେତା ବୋଲି କହିଲେ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍ ଫୋରମ ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ । ଏଥିସହ ସେ ମଧ୍ୟ କହିଛନ୍ତି ଆମେରିକାରେ ଯଦି ଏପରି ଜଣେ ନେତା ଥାନ୍ତେ ତେବେ ଭଲ ହୋଇଥାନ୍ତା । ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଫ୍ରୁଭାଲ ରେଟିଂ ୭୬ ପ୍ରତିଶତ ରହିଛି ବୋଲି ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍ ଫୋରମ ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ କହିଛନ୍ତି । ଏହାର ଅର୍ଥ ହେଉଛି ବହୁ ସଂଖ୍ୟାର ଲୋକେ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଛନ୍ତି ।
ଏକ ପ୍ରତିକ୍ରିୟାରେ ଜନ୍ ଚାମ୍ୱର୍ସ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ସେ ତାଙ୍କର ବଡ ପ୍ରଶଂସକ ବୋଲି ମଧ୍ୟ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଏପରି କୌଣସି ନେତା ନାହାନ୍ତି, ଯାହାଙ୍କୁ ୫୦ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଥିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି । ଯାହା ଭାରତ ପାଇଁ ଏକ ଗର୍ବର ବିଷୟ ।
ତେବେ ନେତାମାନଙ୍କ ବିଷୟରେ ଚିନ୍ତା କଲେ ନରେନ୍ଦ୍ର ମୋଦି ସେହି ଟ୍ରାକରେ ରେକର୍ଡ କରିଛନ୍ତି । ଏଥିସହ ସମସ୍ତ ରାଜନୀତିକ ନେତାଙ୍କ ସହ ଭଲ ସମ୍ପର୍କ ମଧ୍ୟ ରଖିଛନ୍ତି । ଖାଲି ସେତିକି ନୁହେଁ ସବୁ କ୍ଷେତ୍ରରେ ନରେନ୍ଦ୍ର ମୋଦି ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି ।
ଅଧିକ ପଢନ୍ତୁ :ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ CAA