ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ CAA । ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଲାଗୁ ହୋଇପାରେ ନାଗରିକ ସଂଶୋଧନ ଅଧିନିୟମ । ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା CAA ଲାଗୁ ପାଇଁ ଘୋଷଣା କରିଥିଲେ । ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଥିଲେ ଯେ CAA ହେତୁ କୌଣସି ବ୍ୟକ୍ତିର ନାଗରିକତା ଛଡ଼ାଯିବ ନାହିଁ । ଏଥିପାଇଁ ଦେଶର କୌଣସି ବ୍ୟକ୍ତି ଉପରେ ଖରାପ ପ୍ରଭାବ ପଡିବ ନାହିଁ ବୋଲି କହିଥିଲେ ଗୃହମନ୍ତ୍ରୀ ।
ସୂଚନା ଅନୁଯାୟୀ,କେନ୍ଦ୍ରସରକାର ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ କେତେବେଳେ ବି ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ କରି ପାରନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଯେଉଁମାନେ ଦୀର୍ଘ ସମୟ ଧରି ଭାରତରେ ରହି ଆସୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ପ୍ରୟାସ କରାଯାଇଛି । ସିଏଏ ଆଇନ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ଅନୁପ୍ରବେଶକାରୀଙ୍କ ପାଇଁ କରାଯାଇଛି । ଯାହାଦ୍ୱାରା ସେମାନେ ସୁବିଧା ପାଇପାରିବେ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ ।
ଅଧିକ ପଢନ୍ତୁ :ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ