ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏଥର ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ।ଏନେଇ ଆର. ବି .ଆଇ ତରଫରୁ ଘୋଷଣା କରାଯାଇଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି ତାହେଲେ ତୁରନ୍ତ କରିନିଅନ୍ତୁ । ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହୋଇପାରନ୍ତି । ତେଵେ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ବ୍ୟାଙ୍କ ଗୁଡିକ ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥବା ବେଳେ ଏଥର ମାର୍ଚ୍ଚ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି ।
ଦୈନନ୍ଦିନ ଜୀବନରେ ବ୍ୟାଙ୍କରେ ଲୋକଙ୍କର ଆବଶ୍ୟକତା କୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ଛୁଟି ଘୋଷଣା କରିଛି । ତେବେ ଆସନ୍ତୁ ଜାଣିବା ମାର୍ଚ୍ଚ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ । ଆର.ବି.ଆଇ ର ଗାଇଡ଼ ଲାଇନ ଅନୁସାରେ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ଗୁଡିକ ବନ୍ଦ ରହୁଥିବା ବେଳେ ମାର୍ଚ୍ଚ ୧ , ୨୨, ୨୬, ୨୭ ତାରିଖରେ ଆରବିଆଇ ଛୁଟି ଘୋଷଣା କରିବା ସହିତ ମାର୍ଚ୍ଚ ୮ ରେ ମହାଶିବରାତ୍ରି , ମାର୍ଚ୍ଚ ୨୫ ରେ ହୋଲି ଓ ମାର୍ଚ୍ଚ ୨୯ ତାରିଖରେ ଗୁଡ଼ ଫ୍ରାଇଡେ ରେ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଏହା ବ୍ୟତୀତ, ୩, ୧୦, ୧୭, ୨୪ ଓ ୩୧ ମାର୍ଚ୍ଚରେ ପାଞ୍ଚଟି ରବିବାର ଏବଂ ୯ ଓ ୨୩ ମାର୍ଚ୍ଚରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ଛୁଟି ରହିବ ବୋଲି ଘୋଷଣା କରିଛି ।
ଅଧିକ ପଢନ୍ତୁ :୮.୪% ହାରରେ ଦେଶର ଜିଡିପି