ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମଙ୍ଗଳବାର ଦୁର୍ନୀତି ନିରୋଧି ଆଇନ ଉପରେ ଏକ ଲମ୍ବା ଏବଂ ରୋଚକ ବିତର୍କ ଦେଖିବାକୁ ମିଳିଛି । ଏହି ସମୟରେ ବିଚାରପତି ବିଭି ନାଗରତ୍ନା ଦୁର୍ନୀତିରୋଧୀ ଅଧିିନିୟମର ଧାରା ୧୭ଏକୁ ରଦ୍ଦ କରାଯିବାର ଆବଶ୍ୟକତା ଥିବା କହିଛନ୍ତି। ସେ କହିଛନ୍ତି ଏହି ଧାରା ଅସାମ୍ବିଧାନିକ । ଏହାକୁ ସଂପୂର୍ଣ୍ଣ ସମାପ୍ତ କରାଯିବାର ଆବଶ୍ୟକତା ରହିଛି । କୌଣସି ବି ଦୁର୍ନୀତି ମାମଲାରେ କର୍ତ୍ତୃପକ୍ଷଙ୍କଠୁ ମଞ୍ଜୁରୀ ନେବାର ବାଧ୍ୟତାମୂଳକ ନିୟମ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ।
ଏମିତି ସ୍ଥିତିରେ ଏହି ସେକ୍ସନକୁ ରଦ୍ଦ କରାଯିବା ଉଚିତ୍ । କାରଣ ଏହି ଧାରାରେ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହୋଇଥାଏ । ଏମିତି ସ୍ଥିତି ଆଦୌ ଗ୍ରହଣନୀୟ ନୁହେଁ । କିନ୍ତୁ ଏହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠରେ ଏକମତ ପ୍ରକାଶ ପାଇ ପାରିନି । ବେଞ୍ଚରେ ସାମିଲ ଅନ୍ୟ ବିଚାରପତି କେଭି ବିଶ୍ୱନାଥନ କହିଛନ୍ତି, ପ୍ରିଭେସନ ଅଫ କରପସନ ଆକ୍ଟର ଧାରା ୧୭ଏ ଜରୁରୀ । ଏଥିରେ ସଚ୍ଚୋଟ ଅଧିକାରୀଙ୍କୁ ବଞ୍ଚାଇବାରେ ସାହାଯ୍ୟ ମିଳିଥାଏ । ଏହି ପରି ଖଣ୍ଡପୀଠର ନିଷ୍ପତ୍ତି ଦୁଇ ଭାଗରେ ବିଭକ୍ତ ହୋଇଛି । ଏବେ ଏହି ମାମଲା ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପାଖକୁ ଯିବ ।
ଏହାର ଶୁଣାଣି ପାଇଁ ଏକ ବୃହତ ପୀଠ ଗଠନ କରାଯିବ । ଏହି ପୀଠ ପକ୍ଷରୁ ଯେଉଁ ନିଷ୍ପତ୍ତି ଆସିବ ତାହା ଚୂଡାନ୍ତ ହେବ । ବର୍ତ୍ତମାନ ଖଣ୍ଡପୀଠରେ ଦୁଇ ଜଣ ବିଚାରପତି ସାମିଲ୍ ଥିଲେ । ଦୁହିଁଙ୍କ ରାୟ ଭିନ୍ନ ରହିବାରୁ ଚୂଡାନ୍ତ ନିଷ୍ପତ୍ତି ଦେଇ ପାରି ନାହାନ୍ତି ସୁପ୍ରିମକୋର୍ଟ । ଏବେ ବୃହତ ଖଣ୍ଡପୀଠରେ ମାମାଲର ଶୁଣାଣି ହେବ ।
Also read: ବିଜେପି କାର୍ଯ୍ୟାଳୟ ପହଞ୍ଚିଲେ ଚୀନର କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ଦଳ, ଗଲୱାନ ପରେ ପ୍ରଥମ ସାକ୍ଷାତ