କର୍କଟ ସହିତ ଦୀର୍ଘ 2 ବର୍ଷ ଧରି ଲଢେଇ କରିବା ପରେ ପୂର୍ବତନ ମିସ ଇଣ୍ତିଆଙ୍କ ପରଲୋକ । ପୂର୍ବତନ ମିସ ଇଣ୍ତିଆ ତ୍ରିପୁରା ରିଙ୍କି ଚକମାଙ୍କ ପରଲେକ ହୋଇଯାଇଛି । ମାତ୍ର 28 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଚରେ ସେୟାର କରିଛି ଫେମିନା ମିସ୍ ଇଣ୍ତିଆ ସଂସ୍ଥା । ସେଥିରେ ତାଙ୍କୁ ଗୋଟେ ଶକ୍ତିଶାଳୀ ମହିଳା ରୁପେ ଦର୍ଶାଯାଇଛି ଯେ କି ଅନ୍ୟାମାନଙ୍କ ପାଇଁ ପ୍ରେରଣା ଥିଲେ । ରିଙ୍କୁଙକୁ ପ୍ରଥମେ ସ୍ଥନ କର୍କଟ ହୋଇଥିବା ବେଳେ ସେ ପ୍ରଥମେ ଅସ୍ରୋପଚାର କରିଥିଲେ । ପରେ ଏହା ତାଙ୍କ ମଷ୍ତିଷ୍କକୁ ପ୍ରସାରିତ ହୋଇଥିଲା ସେଥିପାଇଁ ରିଙ୍କିଙ୍କୁ ବ୍ରେନ ଟ୍ୟୁମର ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ସ୍ବସ୍ଥ୍ୟବସ୍ଥା ବିଗିଡିଥିଲା । ସେ କେମୋ ସହ୍ୟ କରି ପରିନଥିଲେ । ପରେ 22 ତାରିଖରେ ତାଙ୍କ ପରିସ୍ଥିତି ଆତ୍ୟନ୍ତ ଖରାପ ହୋଇଯିବା ଫଳରେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଗଲା । ତାଙ୍କର ଗୋଟିଏ ଫୁସଫୁସ କାମ କରୁନଥିବାରୁ ସେଠାରେ ତାଙ୍କୁ ଭେଣ୍ଚିଲେଟରରେ ରଖାଯାଇଥିଲା । କିଛିଦିନ ତଳେ ରିଙ୍କି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କଷ୍ଟଭରା ଯାତ୍ରା ସଂପର୍କରେ ଦର୍ଶକଙ୍କ ସମ୍ମୁଖରେ ଖୁଲାସା କରିଛନ୍ତି । ଏଥି ସହିତ ଲୋକଙ୍କୁ ତାଙ୍କ ଚିକିତ୍ସା ପାଇଁ ସହାୟତା ମଧ୍ୟ ନିବେଦନ କରିଛନ୍ତି ।