ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ଗତ ଦୁଇ ମାସ ଧରି ଜାରି ଅନିଶ୍ଚିତତା ଓ ବୟାନବାଜିର ଅନ୍ତ ଏକ ବଡ ଧମାକା ସହିତ ହୋଇଛି । ପୂର୍ବତନ ବିଧାୟକ ତଥା ଡ. ନବଜୋତ କୌର ସିଦ୍ଧୁଙ୍କୁ କଂଗ୍ରେସରୁ ବିଦା କରାଯାଇଛି । ପାର୍ଟିର ସାଧାରଣ ସଂପାଦକ ଭୂପେଶ ବଘେଲ ଶୁକ୍ରବାର ଏହାର ଆନୁଷ୍ଠାନିକ ଘୋଷଣା କରିଥିଲେ । ଏହା ପୂର୍ବରୁ ହିଁ ନବଜୋତ କୌର ପାର୍ଟରୁ ଇସ୍ତଫା ଦେଇ ସାରିଥିଲେ । ମାତ୍ର କଂଗ୍ରେସ ହାଇକମାଣ୍ଡ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହା ସ୍ପଷ୍ଟ କରି ଦେଇଛି ଯେ, ପାର୍ଟି ଏବେ ସିଦ୍ଧୁ ପରିବାରର ବୟାନବାଜିକୁ ବରଦାସ୍ତ କରିବା ମୁଡରେ ନାହିଁ । ଟ
ପାର୍ଟିରୁ ବହିଷ୍କାର କରାଯିବା ପରେ ଡ. ନବଜୋତ କୌର ସିଦ୍ଧୁଙ୍କ କଂଗ୍ରେସ ବିରୋଧରେ ନିଜର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳାଇଛନ୍ତି । ସେ କେବଳ ପାର୍ଟିର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ ନାହାନ୍ତି ବରଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବହୁତ ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି । ସେ ରାହୁଲ ଗାନ୍ଧୀଙ୍କୁ ପପୁ କହି ସମ୍ବୋଧିତ କରିଛନ୍ତି । ଖାସ କରି ଏହି ଶବ୍ଦ ବିରୋଧୀ ଦଳର ନେତାମାନେ ବ୍ୟବହାର କରିଥାନ୍ତି । ନବଜୋତ କୌରଙ୍କ ଏହି ବୟାନ କଂଗ୍ରେସ ସହ ତାଙ୍କର ସଂପର୍କକୁ ଆହୁରି ତିକ୍ତ କରିଛି ।
କଣ ବିଜେପିକୁ ଫେରିବେ ?
ରାଜନୀତି ମହଲରେ ଏବେ ସବୁଠୁ ବଡ ପ୍ରଶ୍ନ ନବଜୋତ ସିଂ ସିଦ୍ଧୁଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି । କିନ୍ତୁ ସିଦ୍ଧୁ ଏବେ ବି କଂଗ୍ରେସରେ ଅଛନ୍ତି । ମାତ୍ର ତାଙ୍କ ପତ୍ନୀଙ୍କ ବୟାନ ତାଙ୍କର ଭବିଷ୍ୟତକୁ ନେଇ ନୂଆ ସଙ୍କେତ ଦେଇଛି । ଗତ କିଛି ସପ୍ତାହରେ ନବଜୋତ କୌର ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଖୁବ୍ ପ୍ରଶଂସା କରିଥିଲେ । ତାଙ୍କର ଏହି ବୟାନ ପରେ ଚର୍ଚ୍ଚା ଜୋର ଧରିଛି ଯେ, ସିନ୍ଧୁ ପରିବାର ପୁଣି ଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି । ସେମାନଙ୍କ ଘରବାହୁଡା ହୋଇପାରେ । ସିଦ୍ଧୁ ଏବଂ ତାଙ୍କ ପତ୍ନୀ ବିଜେପିରୁ ହିଁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।
Also read: ପାକିସ୍ତାନଚୀନ୍ ଚିନ୍ତିତ: ଶତ୍ରୁଙ୍କ ଉପରେ ନଜର ରଖି କକ୍ଷପଥରେ ଗୁଇନ୍ଦାଗିରି କ୍ଷମତା ବୃଦ୍ଧି କରୁଛି ଭାରତ