ନୂଆଦିଲ୍ଲୀ: ଭାରତ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋଦୀ କହିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ମୁଁ କାମନା କରୁଛି ଯେ ଏହି ପବିତ୍ର ଅବସର ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ଆଣିବ, ଯାହା ଦ୍ଵାରା ଏକ ବିକଶିତ ଭାରତର ନିର୍ମାଣ ନୂତନ ଗତି ପାଇବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେ ପ୍ରଧାନମନ୍ତ୍ରୀ ଆଜି ଲଗାତାର ୧୨ତମ ଥର ଲାଲକିଲ୍ଲାର ପ୍ରାଚୀରରୁ ଶବାସୀଙ୍କୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଗଷ୍ଟ ୧୫ର ଭାଷଣ ଉପରେ ପୂରା ଦେଶର ନଜର ରହିଛି। ଏଠାରେ ପ୍ରଧାନମନ୍ତ୍ରୀ ଦେଶ ହିତ ପ୍ରସଙ୍ଗରେ ଜନତାଙ୍କୁ ସମ୍ବୋଧିତ କରି ସେମାନଙ୍କ ଉତ୍ସାହ ବଢାଇଥାନ୍ତି। ଏଥର ପିଏମ ମୋଦୀ ନିଜର ତୃତୀୟ କାର୍ଯ୍ୟକାଳରେ ପ୍ରମୁଖ ଉପଲବ୍ଧି ରେଖାଙ୍କିତ କରି ପାରନ୍ତି। ଏହି ସମୟରେ ସେ ଅପରେସନ ସିନ୍ଦୂର ଏବଂ ସେନାର ପରାକ୍ରମ ଉପରେ ଉଲ୍ଲେଖ କରି ପାରନ୍ତି। ଗତ ବର୍ଷ ଅଗଷ୍ଟ ୧୫ରେ ନିଜର ୯୮ ମିନିଟର ସମ୍ବୋଧନରେ ପିଏମ ମୋଦୀ ଧର୍ମନିରପେକ୍ଷ ନାଗରିକ ସଂହିତା ଓ ଏକ ରାଷ୍ଟ୍ର ଏକ ନିର୍ବାଚନ ପରି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
ସ୍ୱାଧୀନତା ଦିବସ ପାଇଁ ପୂରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୂରା ସହର ସିସିଟିଭି କ୍ୟାମେରା ନିରୀକ୍ଷଣରେ ରହିଛି। ଲାଲକିଲ୍ଲା ଆଖପାଖରେ ୧୧ ହଜାର ସୁରକ୍ଷାକର୍ମୀ ଓ ତିନି ହଜାର ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ଉଚ୍ଚ ଅଟ୍ଟାଳିକାରେ ସ୍ନାଇପରକୁ ମୁତୟନ କରାଯାଇଛି। ଦିଲ୍ଲୀ ପୋଲିସ, ସେନା ଓ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରାଯାଇଛି ଏବଂ ଅନେକ ସ୍ତରରେ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଅଧିକ ପଢ଼ନ୍ତୁ: ଭୂପୃଷ୍ଠରୁ ଆକାଶ ଯାଏ ସେନା ଓ ପୋଲିସର କଡ଼ା ନଜରରେ ରାଜଧାନୀ