ଆଜି ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଦି ଆରବର ଯୁବରାଜ ମହମ୍ମଦ୍ ବିନ୍ ସଲ୍ମାନ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ସୂଚନା ଅନୁସାରେ, ଭାରତର ରାଜଧାନୀ ନୂଆ ଦିଲ୍ଲୀରେ G-20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବି ଯୋଗ ଦେଇଥିଲେ ସାଉଦି ଆରବର ଯୁବରାଜ । ୨୦୧୯ ଫେବୃଆରୀ ପରଠାରୁ ଏହା ହେଉଛି ସାଉଦି ଯୁବରାଜଙ୍କ ଦ୍ବିତୀୟ ସରକାରୀ ଭାରତ ଗସ୍ତ ବୋଲି ସେ କହିଛନ୍ତି । ସାଉଦି ଯୁବରାଜ ସେପ୍ଟେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ସେପ୍ଟେମ୍ବର ୧୦ ତାରିଖରେ G-20 ଶିଖର ସମ୍ମିଳନୀ ଶେଷ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଆଜିର ଏହି ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ମହାମହିମ ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଥିଲେ । ତା’ପରେ ସାଉଦି ଯୁବରାଜଙ୍କୁ 'ଗାର୍ଡ ଅଫ୍ ଅନର୍' ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଓ ସାଉଦି ଯୁବରାଜ ‘ଫାଷ୍ଟ୍ ଲିଡର୍ସ ମିଟିଙ୍ଗ୍ ଅଫ୍ ଦି ଷ୍ଟ୍ରାଟେଜିକ୍ ପାର୍ଟନର୍ସିପ୍ କାଉନ୍ସିଲ୍’ରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ୨୦୨୪ ସମୁଦ୍ର ଗଭୀରକୁ ଯିବ ମତ୍ସ୍ୟ ୬୦୦୦