ଚନ୍ଦ୍ର ଓ ସୂର୍ଯ୍ୟ ମିଶନର ସଫଳତା ହାସଲ ପରେ ଏବେ ଭାରତ ଗଭୀର ସମୁଦ୍ର ଭିତରକୁ ଯିବାକୁ ପ୍ରସ୍ତୁତ ହେଉଛି । ଭାରତୀୟ ବୈଜ୍ଞାନିକମାନଙ୍କ ପରବର୍ତ୍ତୀ ମିଶନ ‘ସମୁଦ୍ରଯାନ ପ୍ରକଳ୍ପ’। ଯାହାର ନାମ ଦିଆଯାଇଛି ମତ୍ସ୍ୟ ୬୦୦୦ ।୨୦୨୪ ସମୁଦ୍ର ଗଭୀରକୁ ଯିବ ମତ୍ସ୍ୟ ୬୦୦୦ । ଏହି କ୍ଷୁଦ୍ର ବୁଡ଼ାଜାହାଜକୁ ବଙ୍ଗୋପସାଗରର ୬୦୦୦ ମିଟର୍ ଗଭୀରକୁ ପଠାଯିବ । ଏଥିରେ ୩ଜଣ ଲୋକ ଯିବେ ।
‘ଟାଇଟାନିକ୍’ ଭଗ୍ନାଂଶ ପରିଦର୍ଶନ କରାଇବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍’ ସଙ୍କୁଚିତ ହୋଇ ଫାଟିଯାଇଥିଲା ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହେଇଥିଲା । ଏହି ଘଟଣା ପରେ ବୈଜ୍ଞାନିକମାନେ ‘ମତ୍ସ୍ୟ’ର ଡିଜାଇନ୍କୁ ଭଲଭାବେ ନିରୀକ୍ଷଣ କରୁଛନ୍ତି। ଏହି କ୍ଷୁଦ୍ର ବୁଡ଼ାଜାହାଜ ୨ ବର୍ଷ ହେଲା ନିର୍ମାଣ ଚାଲିଥିଲା। ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବା ପାଇଁ ପ୍ରସ୍ତୁତ ଚାଲିଛି। ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି(ନିଅଟ୍) ‘ମତ୍ସ୍ୟ ୬୦୦୦’କୁ ନିର୍ମାଣ କରିବା ସମୟରେ ବୈଜ୍ଞାନିକମାନେ ଏହାର ଡିଜାଇନ୍, ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ପରୀକ୍ଷା, ପ୍ରାମାଣିକତା ଆଦି ସମୀକ୍ଷା କରିଛନ୍ତି। ‘ଗଭୀର ସମୁଦ୍ର ଅଭିଯାନ’ର ଅଂଶ ଭାବେ ‘ସମୁଦ୍ରଯାନ ଅଭିଯାନ’ ଚାଲିଛି ବୋଲି ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରବିଚନ୍ଦ୍ରନ୍ କହିଛନ୍ତି। ୨୦୨୪ର ପ୍ରଥମ ୩ ମାସ ମଧ୍ୟରେ ଆମେ ୫୦୦ ମିଟର୍ ଗଭୀର ସମୁଦ୍ରରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ କରିବୁ ।୨୦୨୬ରେ ଏହି ଅଭିଯାନ ସାକାର ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ