ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଅଟଳ ସମାଧୀ ସ୍ଥଳରେ ରାଷ୍ଟ୍ରପତି ରାମନାଥ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବାଜପେୟୀଙ୍କ ସମାଧୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱଗର୍ତ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଦେଇଛନ୍ତି ।
ଆଦର୍ଶ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଦେଶ ମନେ ପକାଉଛି । କାରଣ ବାଜପେୟୀ ନିଜର ଜୀବନ କାଳରେ ଅନେକ ଗୁଡ଼ିଏ ଐତିହାସିକ କାମ କରିଯାଇଛନ୍ତି । ଭାରତ ରତ୍ନ ବାଜପେୟୀଙ୍କୁ ଦେଶର କିଛି ଭଲ ନେତାଙ୍କ ମଧ୍ୟରେ ଗଣତି କରାଯାଇଥାଏ । ସେ ରାଜନୀତିରେ ଥାଇ ମଧ୍ୟ କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ କରୁ ନଥିଲେ । ବିରୋଧୀ ଦଳର ନେତାମଧ୍ୟ ବାଜପେୟୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁ ନଥିଲେ । ସେଥି ପାଇଁ ଆଜି ଦେଶ ବାଜପେୟୀଙ୍କୁ ମନେ ପକାଉଛି ।