ମହାରାଷ୍ଟ୍ରରେ ଭାଙ୍ଗିଗଲା ଉଦ୍ଧବ ସରକାର, ଫ୍ଲୋର ଟେଷ୍ଟ ପୂର୍ବରୁ ସେ ଦେଲେ ଇସ୍ତଫା
Khabar Odisha:Nation-Uddhav-Thackeray-facebook-live-Maharashtra-politics-crisis

ମୁମ୍ବାଇ, ଜୁନ୍ ୩୦ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ଜାରି ରାଜନୈତିକ ସଂକଟକୁ ଦୃଷ୍ଟିରେ ରଖି ଅର୍ଥାତ ଫ୍ଲୋର ଟେଷ୍ଟକୁ ନେଇ ସୁପ୍ରିମକୋର୍ଟ ବୁଧବାର ରାତି (ଜୁନ୍ ୨୯)ରେ ବଡ଼ ଫଇସଲା ଶୁଣାଇଛନ୍ତି । କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଫ୍ଲୋର ଟେଷ୍ଟ ନିଷ୍ପତ୍ତି ଶୁଣାଇବାର ଅଳ୍ପ ସମୟ ମଧ୍ୟରେ ଉଦ୍ଧବ ଠାକରେ ଫେସ୍‌ବୁକ୍ ଲାଇଭ୍ କରିଥିଲେ । ସେ ଫେସ୍‌ବୁକରେ କହିିଥିଲେ ଯେ, ମୋତେ ଫ୍ଲୋର ଟେଷ୍ଟରୁ କୌଣସି ଲାଭ ମିଳିବ ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ପଦବି ଛାଡୁଛି । ସେ ବିଧାନପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଦେଇଛନ୍ତି । ଠାକରେ କହିଛନ୍ତି ଯେ, ମୋର ପାଖରେ ଶିବସେନା ଅଛି । 

ଉଦ୍ଧବ ଠାକରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଠାକରେ କହିଛନ୍ତି ଯେ, କଂଗ୍ରେସ ମନ୍ତ୍ରିମଣ୍ଡଳରୁ ବାହାରିବା ପାଇଁ ଉଦ୍ୟମ କରିଛି । ସେ କହିଛନ୍ତି ଯେ, ଜୁନ ୩୦ରେ ହେବାକୁ ଥିବା ଫ୍ଲୋର ଟେଷ୍ଟରୁ ମୋତେ କିଛି ମିଳିବ ନାହିଁ । କାରଣ ଏଥିରେ ମୋର କୌଣସି ଆଗ୍ରହ ନାହିଁ । କାହାର ପାଖରେ କେତେ ସଂଖ୍ୟା ଅଛି, ମୋତେ ଏଥିରୁ କିଛି ମିଳିବ ନାହିଁ । 

ଉଦ୍ଧବ କହିଛନ୍ତି, ମୋର ନିଜର ଲୋକେ ହିଁ ମୋତେ ଧୋକା ଦେଇଛନ୍ତି । ଯାହାକୁ ମୁଁ ବଡ଼ କରିଛି, ଏହା ମୋର ପାପ । ଏହି ପାପକୁ ଆଜି ମୁଁ ଭୋଗୁଛି । ବାଲା ସାହେବଙ୍କ ପୁଅ ଯାହାଙ୍କୁ ବଡ଼ କରିଛି, ଏଥିରୁ କିଛି ଲୋକ ମୋତେ ସାନ କରିଦେଇଛନ୍ତି । ସେ କହିଛନ୍ତି ଯେ, ମୋତେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଆଦୌ ଦୁଃଖ ଲାଗୁନାହିଁ । 

 

  • Tags:

Subscribe

National International State Sports Entertainment