ଗୁଜରାଟରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁ ଆଗରେ ବିଜେପି । ଶହେରୁ ଅଧିକ ଆସନରେ ଆଗୁଆ ଭାରତୀୟ ଜନତା ପାର୍ଟି India :ଖବର ଓଡିଶା : 08/12/2022 Share story: ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ରାୟ । ଗୁଜରାଟରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁ ଆଗରେ ବିଜେପି । ଶହେରୁ ଅଧିକ ଆସନରେ ଆଗୁଆ ଭାରତୀୟ ଜନତା ପାର୍ଟି । ଗୁଜୁରାଟରେ ୧୮୨ ସିଟ୍ରେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଆସିବ ଫଳାଫଳ। ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହୋଇଛି । ୨୦୧୭ ତୁଳନାରେ ଏହି ଥର ଦୁଇଟି ପର୍ଯ୍ୟାୟରେ ଗୁଜୁରାଟରେ କମ୍ ମତଦାନ ହୋଇଛି। ଗୁଜରାଟରେ ବିଜେପି ବହୁତ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡିଛି । ଗୁଜରାଟରେ ବିଜେପି ୧୫୫ ସିଟରେ ଆଗୁଆ ରହିଛି ଆଉ କଂଗ୍ରେସ ଏବେସୁଦ୍ଧା ୧୭ ସିଟ୍ ରେ ଆଗରେ ରହିଛି । ହେଲେ ହିମାଚଳ ପ୍ରଦେଶରେ କଡା ଟକ୍କର ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶରେ ସାପ ସିଡି ଖେଳୁଛନ୍ତି ବିଜେପି – କଂଗ୍ରେସ ।ସେହିଭଳି ହିମାଚଳ ପ୍ରଦେଶରେ ମୋଟ ୬୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଚାଲିଛି । ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଚାଲିଛି। ଯଦି ବିଜେପି ହିମାଚଳରେ ପୁଣି ସରକାର ଗଠନ କରେ, ତାହେଲେ ଏହା ରେକର୍ଡ ସୃଷ୍ଟି କରିବ । ତେବେ କଂଗ୍ରେସ ୩୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ଏବଂ ଆପକୁ ବଡ ଝଟକା ଲାଗିଛି | ଏହାବ୍ୟତୀତ ଉତରପ୍ରଦେଶର ମୈନପୁର ଲୋକସଭା ଆସନ ଏବଂ ୫ ରାଜ୍ୟର ୬ ବିଧାନସଭା ଆସନର ମଧ୍ୟ ଭୋଟ୍ ଗଣତି ହେବ । ଏହି ବିଧାନସଭା ଆସନ ଗୁଡ଼ିକ ଉତର ପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ବିହାର ଓ ଛତିଶଗଡ଼ରେ ରହିଛି । ଭୋଟ୍ ଗଣନା ସମୟରେ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ ଏବଂ ଅନ୍ୟ ରେକର୍ଡିଂ ଡିଭାଇସକୁ ବ୍ୟାନ କରାଯାଇଛି । ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି । ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି । ସପ୍ତମଥର ପାଇଁ ମଧ୍ୟ ପଦ୍ମ ଦଳ କ୍ଷମତାକୁ ଫେରିବା ନେଇ ଦୃଢ଼ ଆଶାୟୀ ରହିଛି । ବିଜେପି ଗୁଜରାଟରେ ବିପୁଳ ଜନମତ ହାସଲ କରିବ ବୋଲି ବିଭିନ୍ନ ଏଗଜିଟ୍ ପୋଲ ଗୁଡ଼ିକ ଦର୍ଶାଇଛନ୍ତି । ଗୁଜରାଟରେ ଶାସକ ବିଜେପି ୧୧୭ରୁ ୧୫୧ ଆସନ ଜିତିବା ନେଇ ଆକଳନ ହୋଇଛି । କଂଗ୍ରେସକୁ ୧୬ରୁ ୫୧ ଆସନ ଏବଂ ଆପ୍ ୨ରୁ ୧୩ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରାଯାଇଛି । Election BJP Congress APP ElectionCommission KhabarOdisha ଖବର ଓଡ଼ିଶା, Reporter, 08/12/2022