ପଞ୍ଜାବ, ଜାନୁଆରୀ ୧୯ (ଖବର ଓଡ଼ିଶା):
ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରି ୧୦ କୋଟି ଟଙ୍କା ଏବଂ ପ୍ରାୟ ୨୧ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି । ରାଜ୍ୟରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଚଢାଉକୁ ନେଇ ପଞ୍ଜାବ ରାଜନୈତିକ ମାହୋଲକୁ ସରଗରମ ହୋଇ ଉଠିଛି। ତେବେ ଚାପ ସୃଷ୍ଟି କରିବା ପାଇଁ ମୋତେ ଏବଂ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିବାକୁ ଏହି ପ୍ରୟାସ କରାଯାଉଛି ବୋଲି ଚାନ୍ନି କହିଛନ୍ତି।
ବୁଧବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ସମ୍ପର୍କୀୟ ତଥା ବେଆଇନ ବାଲି ଖନନ ଏବଂ ମନି ଲଣ୍ଡରିଂ ମାମଲାରେ ଭୁପିନ୍ଦର ସିଂ ହନିଙ୍କ ସ୍ଥାନରେ ଇଡି ଚଢାଉ ଚାଲିଛି। ମଙ୍ଗଳବାର ଦିନ ଇଡି ୧୦ ଟି ସ୍ଥାନ ଉପରେ ଚଢାଉ କରିଥିଲା। ଏହି ସମୟ ମଧ୍ୟରେ ଅନୁସନ୍ଧାନକାରୀ ସଂସ୍ଥା ହନି ଏବଂ ତାଙ୍କ ସହଯୋଗୀଙ୍କ ବାସଭବନରୁ ୧୦ କୋଟି ଟଙ୍କା ଏବଂ ସମ୍ପତ୍ତି କାଗଜପତ୍ର ଜବତ କରିଛି।
ବୁଧବାର ଦିନ ଏଜେନ୍ସି ୩.୯ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ମଧ୍ୟ ଉଦ୍ଧାର କରିଛି। ଏପର୍ଯ୍ୟନ୍ତ ସେମାନଙ୍କ ଲୁଚି ରହିଥିବା ସ୍ଥାନରୁ ୧୦.୭ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ବ୍ୟବହାର କରାଯାଉଛି। ପଶ୍ଚିମବଙ୍ଗ ହେଉ କିମ୍ବା ପଞ୍ଜାବ ହେଉ, ଏହି ରାଜ୍ୟରେ ବିପ୍ଳବ ଆରମ୍ଭ ହୋଇଛି। ଦିଲ୍ଲୀ ଆମକୁ ଦମନ କରିବାକୁ ଚେଷ୍ଟା କରୁଛି କିନ୍ତୁ ପଞ୍ଜାବ ଏହାର ପ୍ରତିଶୋଧ ନେବ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି କହିଛନ୍ତି ।