ବୋରଓ୍ବେଲରେ ଫଶିଛି 6ବର୍ଷର ବାଳକ ତନ୍ମୟର ଜୀବନ । 12 ଘଣ୍ଟାରୁ ଉର୍ଦ୍ଧ ସମୟ ହେବ ଚାଲିଛି ଉଦ୍ଧାର କାର୍ଯ୍ୟ । 6 ବର୍ଷର ତନ୍ମୟ ପାଇଁ ଜାରି ରହିଛି ଅପରେସନ ଜିନ୍ଦେଗୀ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ତନ୍ମୟ ଫଶି ରହିଛି । 4ଶହ ଫୁଟର ବୋରଓ୍ବେଲର ପ୍ରାୟ 58 ଫୁଟ ଭିତରେ ଅଟକିରହିଛି ତନ୍ମୟ ।
ବୋରୱେଲରେ ଫସିଥିବା ତନ୍ମୟ କେମିତି ଅଛନ୍ତି । ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରୁଛି କି ନାହିଁ? ତାଙ୍କ ପାଖରେ ଠିକ୍ ଭାବେ ଅକ୍ସିଜେନ୍ ପହଞ୍ଚୁଛି କି ନାହିଁ ? ଉଦ୍ଧାର କାର୍ଯ୍ୟ କେତେ ଦୁର ଆଗେଇଲାଣି? ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଥିବା ବେଳେ ଯାହା ସୂଚନା ଆସୁଛି ତାହା ଅତ୍ୟନ୍ତ ଚିନ୍ତାଜନକ । ବୋରୱେଲ୍ ଭିତରେ ତନ୍ମୟ ଅଚେତ୍ ହୋଇଯାଇଥିବା କଥା ଏବେ ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି ।
ଉଦ୍ଧାରକାରୀ ଟିମ୍ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଭିଡ଼ ଜମାଇଛନ୍ତି । ତନ୍ମୟକୁ ଅକ୍ସିଜେନ ସିଲିଣ୍ଡର ଯୋଗେ ଅକ୍ସିଜେନ ପହଞ୍ଚା ଯାଉଥିବା ବେଳେ ତା’ର ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଛି । ତନ୍ମୟର ରେସ୍କ୍ୟୁ ଅପରେସନକୁ ଜିଲ୍ଲା ପ୍ରଶାସନ ମନିଟରିଂ କରୁଛି ।