CAAକୁ ବିରୋଧ କରି ସୁନ୍ଦରଗଡରେ ଗୋଷ୍ଠୀ ସଙ୍ଘର୍ଷ
Khabar Odisha:state-odisha-clash-between-2-groups-in-sundargarh
ସୁନ୍ଦରଗଡ, ଜାନୁଆରୀ ୧୪ (ଖବର ଓଡିଶା) :

ସିଏଏକୁ ବିରୋଧ କରି ସୁନ୍ଦରଗଡରେ ଆନ୍ଦୋଳନ ଜୋର ଧରିଛି। ଆଜି ପୁଣି ଥରେ ସିଏଏକୁ ବିରୋଧ କରି ଗଣ୍ଡଗୋଳ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଆଜି ୨ ଗୋଷ୍ଠୀ ମଧ୍ୟରେ ପଥରମାଡ ହୋଇଛି। 

ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନକୁ ତୀବ୍ର ବିରୋଧ କରି କିଛି ମୁଷ୍ଟିମେୟ ଲୋକ ହିଂସାକାଣ୍ଡ ଘଟାଉଥିବା ବେଳେ ଆଜି ରାଜ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲା ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ସିଏଏକୁ ବିରୋଧ କରି ୨ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଏହି ୨ ଗୋଷ୍ଠୀ ପରସ୍ପରକୁ ପଥରମାଡ କରିଥିଲେ। ବିକ୍ଷୋଭକାରୀଙ୍କ ପଥରମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ୨ଟି ଟେମ୍ପୋ ଭାଙ୍ଗି ଦେଇଛନ୍ତି। ଉକ୍ତ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ଫୋର୍ସ ଓଏସଏଏଫ୍ ସହ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଚାପା ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଏସପି, ଏସଡିପିଓ ମଧ୍ୟ ନିୟୋଜିତ ହୋଇଛନ୍ତି। ଗଣ୍ଡଗୋଳକାରୀଙ୍କ ଉପରେ ପୋଲିସ ମୃଦୁ ଲାଠି ଚାଳନା ମଧ୍ୟ କରିଥିବା ସୂଚନା ମିଳିଛି।

Subscribe

National International State Sports Entertainment