ଲକ୍‌ଡାଉନ୍ କଡକଡି ପାଳନ କରି କୋଭିଡ ସଂକ୍ରମଣ କମାଇବାକୁ ରାଜ୍ୟ ବାସିଙ୍କୁ ଅନୁରୋଧ କଲେ ମୁଖ୍ୟ ଶାସନ ଶଚିବ
Khabar Odisha:people-of-odisha-should-strictly-fallow-government-lockdown-direction-to-down-the-covid-curve-in-odisha

ଭୁବନେଶ୍ୱର, ମେ୧୫(ଖବର ଓଡିଶା); ରାଜ୍ୟରେ କରୋନା ସମୟରେ କିପରି କୌଣଷି ଜୀବନ ହାନି ନଘଟେ ସେଥିପାଇଁ ରାଜ୍ୟ ସରକାର କରୋନା ମହାମାରୀ ଦାଉରୁ ଲୋକଙ୍କୁ ରକ୍ଷା କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ଆଜି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହି ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ତରଫରୁ ଗତ କାଲି ଭାକସିନ୍ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ୍ କରିଛନ୍ତି । ଭାରତରେ ଓଡିଶା ପ୍ରଥମ ରାଜ୍ୟ ଭାବରେ ଭାକସିନ୍ ପାଇଁ ଗ୍ଲୋବାଲ ଟେଣ୍ଡର କରିଥିଲା ବେଳେ ଏହା କିପରି ଶିଘ୍ର ଉପଲବ୍ଧ ହୋଇ ପାରିବ ସେଥିପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଆସନ୍ତା ୨୮ ତାରିଖ ମଧ୍ୟରେ ଭାକ୍ସିନ ଉତ୍ପାଦନ କାରି କମ୍ପନୀ ମାନେ ଆବେଦନ କରି ପାରିବେ ଏବଂ ସରକାରଙ୍କ ପଲିସି ମୁତାବକ ଉତ୍କ କମ୍ପାନୀକୁ ଆଗାମୀ ଚାରି ମାସ ମଧ୍ୟରେ ଏହି କ୍କସିନ୍‌କୁ ଯୋଗାଇ ଦେବାକୁ ନିର୍ଦେଶ ରହିଛି । 

ଏହ ସହିତ ଆଜି ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ ପରାମର୍ଶ ଦାତା କମିଟି ଗଠନ କରିଛନ୍ତି । ଏହି କମିଟି ରାଜ୍ୟ ସରକାରଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ପ୍ରଦାନ କରିବେ । ଆଗକୁ କରୋନା ସହିତ କିପରି ମୁକାବିଲା କରିଯିବ ତାହାର ଉପଉୟ ଏହି କମିଟି ରାଜ୍ୟ ସରକାରଙ୍କୁ ବତାଇବେ । 

ତେବେ ଏହା ବାଦ ସାରା ରାଜ୍ୟ ଲକ୍‌ଡାଉନ ସ୍ଥିତିରେ ଥିବା ବେଳେ ଅନେକ ଅତ୍ୟାବଶ୍ୟକ ସୁବିଧା ରାଜ୍ୟ ବାସିଙ୍କୁ ପ୍ରଦାନ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି । ରାଜ୍ୟରେ ଲକ୍‌ଡାଉନ ପ୍ରଭାବରେ ଦକ୍ଷିଣ ଓଡିଶାରେ ସଂକ୍ରମଣ କମୁଥିବା ସେ କହିଛନ୍ତି । ଏବେ ରାଜ୍ୟରେ ଦୈନିକ ହାରାହାରୀ ଦଶ ହଜାର ସଂକ୍ରମଣ ହେଉଛି । ତେବେ ଏହା ବାଦ ରାଜ୍ୟବାସିଙ୍କୁ ସେ ଆବଶ୍ୟକ ନଥିଲେ ବାହାରକୁ ନବାରନ୍ତୁ ଏବଂ ବାହାରିବା ସମୟରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକଡାଉନ୍ କୁ କଡାକଡି ପାଳନ କରିବାକୁ ସେ କହିଛନ୍ତି । 

ଗତବର୍ଷ କରୋନା ସଂକ୍ରମଣ ସମୟରେ ରାଜ୍ୟରେ ପାଖାପାଖି ଅଠ ହଜାର ସକ୍ରିୟ ସଂକ୍ରମିତ ଚିକିତ୍ସା ହେଉଥିବା ବେଳେ ଏ ବର୍ଷ ତାହା ପନ୍ଦର ହଜାର ରହିଛି । ତେଣୁ ଏହି ଅଦୃଶ୍ୟ ଶକ୍ତିକୁ ଲୋକ ମାନେ ଦେଖି ପାରୁନାହୁଁ ବୋଲି ଲୋକ ମାନେ ଏହାର ଭୟ ଜାଣି ପାରୁ ନାହନ୍ତି ତେଣୁ ରାଜ୍ୟ ବାସି ଆଉ କିଛିଦିନ ରାଜ୍ୟ ବାସିଙ୍କୁ ଲକ୍‌ଡାଉନକୁ କଡାକଡି ପାଳନ କରି ରାଜ୍ୟରେ କରୋନା ସଂକ୍ରମଣ କମାଇବାରେ ସାହାଯ୍ୟ କରିବାକୁ ସେ ରାଜ୍ୟ ବାସିଙ୍କୁ ଅନୁରୋଧ କରିଛନ୍ତି ।

  • Tags:

Subscribe

National International State Sports Entertainment