ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୩୫ ମୃତ ୫୦ ଉଦ୍ଧାର
Khabar Odisha:national-odisha-new-delhi-anaj-mandi-rani-jhansi-road-catches-fire-on-sunday-morning
ନୂଆଦିଲ୍ଲୀ, ଡିସେମ୍ଵର ୦୮ (ଖବର ଓଡିଶା) :

ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରୁଛି। 

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ ଏହି ଅଗ୍ନିକାଣ୍ଡକୁ ନେଇ କହିଛନ୍ତି ଯେ, ସକାଳ ୫ଟା ୨୨ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହାପରେ ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ନିଆଁ ଲାଗିଥିବା ଘର ଭିତରେ ଫସି ରହିଥିବା ଲୋକମାନଙ୍କୁ ବାହାର କରି ଉଦ୍ଧାରକାରୀ ଟିମ୍ ଆରଏମଏଲ ହସ୍ପିଟାଲ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରିଛି।

Subscribe

National International State Sports Entertainment