କମିଲା ବର୍ଷା: ପୁଣି ଲେଉଟିବ ଶୀତ, ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା ଭୁବନେଶ୍ୱର, ଜାନୁଆରୀ ୧୫(ଖବର ଓଡିଶା): Share story: ରାଜ୍ୟରେ ଗତ କିଛି ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଥିଲା । ମାତ୍ର ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଖରାଟିଆ ରହିଛି । ବର୍ଷା କମିବା ପରେ ପୁଣି ଶୀତ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଆସନ୍ତା କିଛି ଦିନ ପ୍ରବଳ ଶୀତ ଅନୁଭୂତ ହେବ । ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ଅନ୍ୟପଟେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ନୟାଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାରେ ଘନ କୁହୁଡି ଲାଗି ରହିବ । ଉକ୍ତ ଜିଲ୍ଲା ଗୁଡିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖବର ଓଡ଼ିଶା, Reporter, 15/01/2022