କରୋନା କଟକଣା ସହ ଗାନ୍ଧି ଜୟନ୍ତୀରୁ ଖୋଲିବ ଚନ୍ଦକା ଅଭୟାରଣ୍ୟ
Khabar Odisha:The-Chandaka-Sanctuary-will-open-on-the-occasion-of-Gandhi-Jayanti-with-Corona-restriction
ଭୁବନେଶ୍ବର,ସେପ୍ଟେମ୍ବର ୨୯ (ଖବର ଓଡ଼ିଶା):

କରୋନା କଟକଣା ସହ ଗାନ୍ଧି ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ତାରିଖରେ ଚନ୍ଦକା ଅଭୟାରଣ୍ୟ ଖୋଲିବ ବୋଲି ଡିଏଫଓ  ସୂଚନା ଦେଇଛନ୍ତି । ଅକ୍ଟୋବର ୨ ତାରିଖରୁ ପର୍ଯ୍ୟଟକମାନେ ଚନ୍ଦକା ଅଭୟାରଣ୍ୟ ବୁଲିପାରିବେ ।

ସେହିପରି ଅକ୍ଟୋବର ୧ରୁ ରାଜ୍ୟର ସମସ୍ତ ନେଚର କ୍ୟାମ୍ପ ଖୋଲିବାକୁ ନିଷ୍ପତ୍ତି ହୋଇଛି ।  ତେଣୁ ଆମର ଏଠି ଥିବା ୪ଟି ନେର କ୍ୟାମ୍ପକୁ ଆମେ ଗାନ୍ଧୀ ଜୟନ୍ତୀରୁ ଖୋଲିବୁ । ନେଚର କ୍ୟାମ୍ପ ସହ ସଫାରୀ ହ୍ିକିଲ ମଧ୍ୟ ଖୋଲିବ । ଏହି ସମୟରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ

ଅନ୍ୟପଟେ ଅକ୍ଟୋବର ୪ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ଘୋଷଣା ହୋଇଛି । ଏହି ସମୟରେ ମଧ୍ୟ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବ । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment