ଜାଜ୍ଜ୍ଵଲ୍ୟମାନ ସ୍ଵର୍ଣ ଆଭୂଷଣରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ
Khabar Odisha:Srivigraha-appears-in-the-glittering-gold-ornaments

ପୁରୀ, ଜୁଲାଇ ୨୧(ଖବର ଓଡ଼ିଶା): ପୁର୍ବବର୍ଷ ପରି ବିନା ଭକ୍ତରେ ସମ୍ପାଦିତ ହେଉଛି ମହାପ୍ରଭୁଙ୍କ ସୁନାବେଶ ନିତିକାନ୍ତି । ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ସିଂହଦ୍ଵାର ସମ୍ମୁଖରେ ରଥାରୁଢ଼ ଠାକୁରମାନଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି । ସେବାୟତଙ୍କ ଦ୍ଵାରା ଜାଜ୍ଜ୍ଵଲ୍ୟମାନ ସ୍ଵର୍ଣ ଆଭୂଷଣ ଯଥା ସ୍ଵର୍ଣ୍ଣ କିରଟି, ସୁବର୍ଣ୍ଣ ହସ୍ତ ପଦ ଆଦି ଅଙ୍ଗ ପ୍ରଭୃତିରେ ଶ୍ରୀବିଗ୍ରହମାନଙ୍କୁ ବିଭୁଶିତ କରାଯାଇଛି । 

ପ୍ରଥମେ ଆଜି ସେବାୟତମାନଙ୍କ ଦ୍ୱାରା ତିନି ରଥରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ମହାସ୍ନାନ ନୀତି ସହ ମଙ୍ଗଳ ଆଳତି ଆଦି ନିତିକାନ୍ତି ସମ୍ପନ୍ନ ହୋଇଥିଲା । ଏହା ପରେ ଦିଅଁମାନଙ୍କର ଧୂପ ଓ ଭୋଗ ନୀତି ସମ୍ପନ୍ନ କରାଯାଇଥିଲା। ଏହା ପରେ ଶ୍ରୀ ଜୀଉଙ୍କର ସୁନା ବେଶ କରାଯାଇଛି । 

ତେବେ ଗତକାଲି ପରି ମଧ୍ୟ ସୁନା ବେଶ ସମୟରେ ପୁରୀରେ ପ୍ରବଳ ବର୍ଷା ହୋଇଛି । ଯେପରିକି ମହାପ୍ରଭୁଙ୍କର ସୁନା ବେଶ ଦେଖିବାକୁ ବର୍ଷାରାଣି ଧରଣିକୁ ଆସିଛି । ତେବେ ରଥଯାତ୍ରା ଏବଂ ବାହୁଡା ଯାତ୍ରା ପରି ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସହିତ ପୁରୀ ବାସିଙ୍କର ସହଯୋଗରେ ସୁନାବେଶ ନିତିକାନ୍ତ ମଧ୍ୟ ଶୃଙ୍ଖଳିତ ବାବେ ପରିଚାଳିତ ହେଉଅଛି ।

  • Tags:

Subscribe

National International State Sports Entertainment