ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ର ଫଳାଫଳ ଆଜି ଆସିବ। ଭାରତକୁ ଜିତିବା ପାଇଁ ଚାରିଟି ୱିକେଟ୍ ଆବଶ୍ୟକ। ଅନ୍ୟପଟରେ ଆୟୋଜକ ଦଳକୁ ଏହି ମ୍ୟାଚ୍ ଜିତିବା ପାଇଁ କେବଳ ୩୫ ରନ୍ ଦରକାର।
ଚତୁର୍ଥ ଦିନର ଖେଳ ଶେଷ ହେବା ପରେ କଂଗ୍ରେସ ସାଂସଦ ଶଶି ଥରୁର ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ କହିଛନ୍ତି। ଶଶି ଥରୁର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ଏହି ସିରିଜ୍ ସମୟରେ ବିରାଟ କୋହଲିଙ୍କୁ ଅନେକ ଥର ମିସ୍ କରିଥିଲି। କିନ୍ତୁ, ମୁଁ ଏହି ଟେଷ୍ଟ ମ୍ୟାଚ୍ରେ ତାଙ୍କୁ ଯେତେ ମିସ୍ କରିଥିଲି କେବେ ବି ତାଙ୍କୁ ଏତେ ମିସ୍ କରିନଥିଲି। ତାଙ୍କର ଧୈର୍ଯ୍ୟ ଏବଂ ଉତ୍ସାହ, ପଡ଼ିଆରେ ତାଙ୍କର ପ୍ରେରଣାଦାୟକ ଉପସ୍ଥିତି, ତାଙ୍କର ଚମତ୍କାର ବ୍ୟାଟିଂ, ହୁଏତ ଏକ ଭିନ୍ନ ଫଳାଫଳ ଦେଇଥାନ୍ତା। ଅବସରରୁ ଓହରିଯିବାର ନିଷ୍ପତ୍ତି ପାଇଁ କ'ଣ ଏବେ ବହୁତ ଡେରି ହୋଇଗଲାଣି? ବିରାଟ, ଦେଶକୁ ତୁମର ଆବଶ୍ୟକତା ଅଛି।
ସୂଚନାଯୋଗ୍ୟ, ଇଂଲଣ୍ଡ ସିରିଜ୍ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ ଫର୍ମାଟକୁ ବିଦାୟ ଦେଇଥିଲେ। ଯଦି ଆମେ ବିରାଟ କୋହଲିଙ୍କ ଟେଷ୍ଟ ପ୍ରଦର୍ଶନ ଉପରେ ନଜର ପକାଇବା, ତେବେ ସେ ୧୨୩ ଟେଷ୍ଟ ମ୍ୟାଚ୍ ରେ ୨୧୦ ଇନିଂସ ଖେଳିଛନ୍ତି। ବିରାଟଙ୍କ ନାମରେ ଟେଷ୍ଟ ଫର୍ମାଟରେ ୩୦ ଶତକ ଏବଂ ୭ ଦ୍ୱିଶତକ ଅଛି। ସେ ଟେଷ୍ଟରେ ୯,୩୨୦ ରନ କରିଛନ୍ତି।
ଅଧିକ ପଢ଼ନ୍ତୁ: ୧୨ଟି ଆସନ ଦାବି କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ