ମିଜୋରାମରେ ଖୋଲିଲା ସ୍କୁଲ, ୮ ଦିନରେ ପୁଣି ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି
Khabar Odisha:School-opened-in-MizoramThe-governments-decision-to-close-again-in-seven-days
ମିଜୋରାମ, ଅକ୍ଟୋବର ୨୪ (ଖବର ଓଡ଼ିଶା):

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ମିଜୋରାମରେ ପୁଣି ଥରେ ସ୍କୁଲ ଖୋଲିଥିଲା । ସେ ବି କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ମାତ୍ର ୮ ଦିନ ପାଠପଢା ହୋଇଛି ସ୍କୁଲ ପୁଣିଥର ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେଠାରେ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।

ଆଗକୁ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପସ୍ୱରୂପ ପୁଣି ଥରେ ଅକ୍ଟୋବର ୨୬ରୁ ସ୍କୁଲ ବନ୍ଦ ରଖିବାକୁ ମିଜୋରାମ ସରକାର ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୬ ତାରିଖରେ ମିଜୋରାମରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିଲା । ସ୍ଥାନୀୟ ଶିକ୍ଷା ବିଭାଗ ଅଧିକାରୀ ଓ ଶିକ୍ଷକ ସଂଘ ସହ ଆଲୋଚନା ପରେ ସରକାର ପୁଣି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଛାତ୍ରାଛାତ୍ରୀ ଅନଲାଇନରେ ଶିକ୍ଷା ନେଇପାରିବେ । ନଭେମ୍ବର ୯ ତାରିଖ ପରେ ମିଜୋରାମରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

  • Tags:

Subscribe

National International State Sports Entertainment