ଦେଶର ସୁରକ୍ଷା ସହ ଖେଳ, ଗୋଟିଏ IMEI ନମ୍ୱର ଦ୍ୱାରା ଦେଶରେ ଚାଲୁଛି 13 ହଜାର ମୋବାଇଲ ଫୋନ
Khabar Odisha:Playing-with-the-security-of-the-country-an-IMEI-number-of-13000-mobile-phones-is-running-in-the-country
ମେରଟ, ଜୁନ ୦୫ (ଖବର ଓଡ଼ିଶା):

ଉତ୍ତରପ୍ରଦେଶ ମେରଟ ପୋଲିସର ସାଇବର ସେଲ ଏଭଳି ଏକ ଘଟଣାର ପର୍ଦ୍ଧାଫାଶ କରିଛି ଯାହା ସମଗ୍ର ଦେଶରେ ଥିବା ଗୁଇନ୍ଦା ଅଧିକାରୀଙ୍କ ନିଦ ହଜାଇ ଦେଇଛି । ଦେଶର ସୁରକ୍ଷା ସହ ସାଲିସ କରିଥିବା ଏଭଳି ଏକ ନେଟୱାର୍କକୁ ପର୍ଦ୍ଧାଫାଶ କରିଛି ମେରଠ ପୋଲିସ ।  ଏଭଳି ଚିନ୍ତାଜନକ ନେଟୱାର୍କ ଘଟଣା ଦେଶର ସୁରକ୍ଷା ପାଇଁ ବିପଦ ବୋଲି ପୋଲିସ ସ୍ୱୀକାର କରିଛି । ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ମେରଟ୍ ପୋଲିସର ସାଇବର ସେଲ୍ ଶୁକ୍ରବାର ଦିନ ଏଭଳି ଏକ ନେଟୱାର୍କ ଚିହ୍ନଟ କରିଛି ଯାହା ମାଧ୍ୟମରେ ସମାନ ବା ଗୋଟିଏ IMEI (ଆନ୍ତର୍ଜାତୀୟ ମୋବାଇଲ୍ ଡିଭାଇସ୍ ଆଇଡେଣ୍ଟିଫିକେସନ୍) ନମ୍ବର ଥିବା 13,000 ରୁ ଅଧିକ ମୋବାଇଲ୍ ଫୋନ୍ ଦେଶରେ ସକ୍ରିୟ ଥିବା ଜଣାପଡିଛି।

ସାଇବର ସେଲର ଅନୁସନ୍ଧାନରୁ ଜଣାପଡିଛି ଯେ ସମଗ୍ର ଦେଶରେ ସମାନ IMEI ନମ୍ୱରରେ 13 ହଜାରରୁ ଅଧିକ ମୋବାଇଲ୍ ଫୋନ୍ ଚାଲୁଛି। ଏହି ଖବର ଯୋଗୁଁ ସାରା ଦେଶରେ ସୁରକ୍ଷା ଏଜେନ୍ସିମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୁରକ୍ଷା ସହ ଜଡିତ ଏହି ସବୁଠୁ ବଡ ମାମଲାକୁ ନେଇ ମେରଟରେ ପୋଲିସ ଏକ ମାମଲା ରୁଜୁ କରିଛି। ଯାହାର ଅନୁସନ୍ଧାନ କରାଯାଉଛି।

ମେରଟ ଏସପି ଏନ୍ ସିଂ କହିଛନ୍ତି ଯେ ଏହା ସୁରକ୍ଷା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚାଲିଛି। ଜାତୀୟ ତଦନ୍ତକାରୀ ସଂସ୍ଥାମାନେ ମଧ୍ୟ ଏହି ମାମଲା ଉପରେ ନଜର ରଖିଥିବା ଜଣାପଡିଛି । ଏତେ ବଡ ତୃଟି କିଭଳି ହେଲା ସେ ନେଇ ଟ୍ରାଇ ପକ୍ଷରୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଏହି ସମସ୍ତ ମୋବାଇଲ ଗୋଟିଏ ପ୍ରସିଦ୍ଧ ଚାଇନା ମୋବାଇଲ କମ୍ପାନୀର ବୋଲି ଜଣାପଡିଛି । ଯାହାର ଗୋଟିଏ IMEI ନମ୍ୱରକୁ ବ୍ୟବହାର କରାଯାଇ 13 ହଜାର ମୋବାଇଲକୁ ଆକ୍ଟିଭ କରାଯାଇଛି ।

  • Tags:

Subscribe

National International State Sports Entertainment