ପଶ୍ଚିମବଙ୍ଗ ହିଂସା ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ, କହିଲେ ବଙ୍ଗରେ ଦିଦି ମୌଳିକ ଆଧାରର ହତ୍ୟା କରିଛନ୍ତି
Khabar Odisha:Opening-up-to-West-Bengal-violence-Union-Minister-says-Didi-has-killed-a-fundamentalist-in-Bengal
ଭୁବନେଶ୍ବର, ମେ ୦୫ (ଖବର ଓଡ଼ିଶା):

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବାବଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି । ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ହିଂସା ବା ଆକ୍ରମଣକୁ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।  

ପଶ୍ଚିମବଙ୍ଗରେ ହିଂସାକୁ ଦୃଢ ନିନ୍ଦା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗରେ ହିଂସା ବଢିଛି । ବିଜେପି କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାରବର୍ଗଙ୍କୁ ଆକ୍ରମଣ କରାଯାଇଛି । ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି । ଦେଶର କୌଣସି ସ୍ଥାନରେ ମଧ୍ୟ ଏଭଳି ହିଂସା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଉପବାସ ପ୍ରତିବାଦ କରାଯାଉଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜନୈତିକ ହିଂସା କମିବାର ନାଁ ଧରୁନି। ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଛି । ହିଂସାକାଣ୍ଡ ପାଇଁ ତୃଣମୂଳ ବିରୋଧରେ ଅଧିକ ଅଭିଯୋଗ ହୋଇଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ରବିବାର ସନ୍ଧ୍ୟାରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ ।

ରାଜନୈତିକ ହିଂସା, ପୋଡ଼ାଜଳାକୁ ନେଇ ରାଜ୍ୟପାଳ ଡିଜିପିଙ୍କୁ ସମନ ଜାରି କରିଥିଲେ । ଭୋଟଗଣତି ଆରମ୍ଭରୁ ଏଯାଏଁ ହୋଇଥିବା ହିଂସାକାଣ୍ଡରେ ଦକ୍ଷିଣ ୨୪ ପ୍ରଗଣା, ନଦିଆ ଏବଂ କୋଲକାତାରେ ବିଜେପି କାର୍ଯ୍ୟକର୍ତ୍ତା, ବଦ୍ଧମାନରେ ତୃଣମୂଳ ଏବଂ ଉତ୍ତର ୨୪ ପ୍ରଗଣାରେ ଆଇଏସଏଫ କାର୍ଯ୍ୟକର୍ତ୍ତା ମୃତ୍ୟୁ ହୋଇଛି ।

  • Tags:

Subscribe

National International State Sports Entertainment