ଗଲୱାନ ହିଂସାର ୧ ବର୍ଷ ପୂର୍ତ୍ତି: ଚୀନ ସହିତ ଦୀର୍ଘ ଲଢ଼େଇ ପାଇଁ ଭାରତୀୟ ସେନା ପ୍ରସ୍ତୁତ
Khabar Odisha:Nation-One-year-of-Galwan-valley-clash-Indian-army-is-developing-infrastructure

ନୂଆଦିଲ୍ଲୀ, ଜୁନ ୧୫ (ଖବର ଓଡ଼ିଶା): ପୂର୍ବ ଲଦ୍ଦାଖର ଗଲୱାନ୍ ଘାଟିରେ ହୋଇଥିବା ହିଂସାକୁ ୧ ବର୍ଷ ପୂରିଛି । ଏହାରି ମଧ୍ୟରେ ୧୧ଟି ପର୍ଯ୍ୟାୟରେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ବେଳେ ଚୀନ ଶାନ୍ତିପାଇଁ ସମର୍ଥନ କରୁଛି । କିନ୍ତୁ ଚୀନ ସେନା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଡେରା ପକାଇଛି । ମାତ୍ର ଭାରତ ଦୀର୍ଘ ଲଢ଼େଇ ପାଇଁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି । 

ଭାରତୀୟ ସେନା ବିଗତ ଏକ ବର୍ଷରେ ଲଦ୍ଦାଖରେ ଚୀନ ସହିତ କୌଣସି ସମ୍ଭାବିତ ଲଢ଼ାଇର ସମ୍ମୁଖୀନ ହେବାକୁ ବହୁତ ଭଲ ଭାବରେ ନିଜକୁ ପ୍ରସ୍ତୁତ କରିଛି । ଭାରତ ନିଜର ସୈନ୍ୟ ଭିତ୍ତିଭୂମିକୁ ବଢ଼ାଇଛି । ୫୦ ହଜାରରୁ ୬୦ ହଜାର ସେନା ମୁତୟନ କରିଛି । ଏଥି ସହିତ ସୁରକ୍ଷାବଳ ଏକତ୍ର କରିବା ଲାଗି ଯୋଗାଯୋଗକୁ ମଧ୍ୟ ଗୁରୁତ୍ୱ ଦେଇଛି । ସଡ଼କ ନିର୍ମାଣ କାମ ଜାରି ରଖିଛି । ବିଗତ ଏକ ବର୍ଷ ହେବ ଲଦ୍ଦାଖରେ ୫୦ ହଜାର ସୈନିକ ମୁତୟନ କରିବା ସହିତ ସୁରକ୍ଷା ବଳ ସତର୍କ ରହିଛି । 

ଭାରତୀୟ ଯବାନମାନେ ପ୍ରବଳ ଶୀତରେ ମଧ୍ୟ ଲଦ୍ଦାଖରେ ଅସ୍ତ୍ରଧରି ପ୍ରସ୍ତୁତ ଅଛନ୍ତି । ତାପମାତ୍ରା ଶୂନ୍ୟ ଠାରୁ ବିଯୁକ୍ତାତ୍ମକ ୪୦ ଡିଗ୍ରୀରେ ମଧ୍ୟ ଏକ ଧ୍ୟାନରେ ରହିଛନ୍ତି । ଗତ ମାସରେ ଭାରତୀୟ ସେନାର ମୁଖ୍ୟ ଏମ୍‌ଏମ୍ ନରୱାଣେ କହିଥିଲେ ଯେ, ଚୀନ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ସମସ୍ତ ଗତିବିଧି ଉପରେ ଆମର ସେନା ନଜର ରଖିଛି । ସେ କହିଥିଲେ ଯେ, ଭାରତ ୨୦୨୦ ଏପ୍ରିଲର ପୂର୍ବାବସ୍ଥା ଚାହୁଁଛି । ସୂଚନାଯୋଗ୍ୟ, ଗତ ବର୍ଷ ଗଲୱାନରେ ହୋଇଥିବା ହିଂସାରେ ଭାରତର ୨୦ ଯବାନ ସହିଦ ହରାଇଥିଲେ । ଭାରତ ତୁଳନାରେ ଚୀନର ସୈନିକ ଅଧିକ ପ୍ରାଣ ହରାଇଥିଲେ । କିନ୍ତୁ ଚୀନ ଏହା ସ୍ୱୀକାର କରିନଥିଲା । 

 

  • Tags:

Subscribe

National International State Sports Entertainment