ଭାରତରେ କରୋନା ଭାଇରସରୁ ସୁସ୍ଥ ହେଲେ ୧୫ ଲକ୍ଷରୁ ଅଧିକ ଆକ୍ରାନ୍ତ
Khabar Odisha:Nation-Coronavirus-india-and-world-live-and-latest-updates-unlock3-at-10th-August-2020

ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଦେଶରେ ମହାମାରୀ କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧.୫୩ ଲକ୍ଷରୁ ଅଧିକ ହୋଇଛି । ବର୍ତ୍ତମାନ ୬.୨୮ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସେହିପରି ୧୫ ଲକ୍ଷରୁ ଅଧିକ ଲୋକ ଠିକ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ୪୩ ହଜାର ୩୭୯ ଜଣଙ୍କର ମୃତ୍ୟୁ ହୋଇସାରିଛି । 

ଭାରତରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିସାରିଛି । ମାତ୍ର କରୋନା ସଂକ୍ରମଣ ଏବେବି ୧୦ଟି ରାଜ୍ୟରେ କେନ୍ଦ୍ରସ୍ଥଳ ଭାବେ ଦେଖାଯାଇଛି, ଯେଉଁଠି ୮୦ ପ୍ରତିଶତ ମାମଲା ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହାଯାଇଛି ଯେ, କେବଳ ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ୮୦ ପ୍ରତିଶତ । ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ କରୋନା ଭାଇରସ ଅଧିକ କାୟା ମେଳାଇଛି । 

ଉତ୍ତର ପୂର୍ବାଂଚଳ ରାଜ୍ୟ ମିଜୋରାମରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି । ମିଜୋରାମରେ ମୋଟ ୬୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେବି ୩୨୨ ଜଣ ସକ୍ରିୟ ଅଛନ୍ତି । 

 

  • Tags:

Subscribe

National International State Sports Entertainment