ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ କଶ୍ମୀର ଆଗମନର ଗୋଟିଏ ଦିନ ପୂର୍ବରୁ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ଶ୍ରୀନଗରର ଅନେକ ଅଞ୍ଚଳରେ ଚଢଉ କରିଛି। ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଚଢାଉ କରିଛି।
ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଗୁରୁବାର ଜମ୍ମୁ-କାଶ୍ମୀରର ଅନେକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି। ଅଧିକାରୀମାନେ କହିଛନ୍ତି ଯେ ପୁଲୱାମା, କୁଲଗାମ, ଶୋପିଆନ, ବାରାମୁଲ୍ଲା ଏବଂ କୁପୱାରା ଜିଲ୍ଲାରେ ଚଢାଉ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ଜମ୍ମୁ କଶ୍ମୀର ଆସିବେ ବୋଲି ଜଣାପଡ଼ିଛି। ଏଠାରେ ସେ ଜମ୍ମୁ କଶ୍ମୀରର ଲୋକଙ୍କୁ ୪୬ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ହସ୍ତାନ୍ତର କରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ବୁଧବାର କହିଛନ୍ତି ଯେ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ଜମ୍ମୁ କଶ୍ମୀର ପାଇଁ ଏକ ନୂତନ ଯୁଗର ଆରମ୍ଭ କରିବ ଏବଂ ବାଣିଜ୍ୟ ଏବଂ ବ୍ୟବସାୟ ପାଇଁ ଏକ ଆଦର୍ଶ ପରିବେଶ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ସେତୁର ଉଦଘାଟନ କରିବେ ଏବଂ କଶ୍ମୀରକୁ କନ୍ୟାକୁମାରୀ ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଟ୍ରେନ୍ ସେବାର ମଧ୍ୟ ଶୁଭାରମ୍ଭ କରିବେ। ଚେନାବ ରେଳ ସେତୁ ୨୭୨ କିଲୋମିଟର ଲମ୍ବ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଉପତ୍ୟକାକୁ ସିଧାସଳଖ ଟ୍ରେନ୍ ସଂଯୋଗ ପ୍ରଦାନ କରିବ।
ଅଧିକ ପଢ଼ନ୍ତୁ: ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିବ ଭାରତୀୟ ରେଳବାଇ