ଆଜିଠୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା କରୋନା କଟକଣା ମଧ୍ୟରେ ପରୀକ୍ଷା ଦେବେ ୧୫ହଜାର ଛାତ୍ରଛାତ୍ରୀ
Khabar Odisha:Matric-Ofline-Exams-Starts-From-Today

ଭୁବନେଶ୍ୱର, ଜୁଲାଇ ୩୦ (ଖବର ଓଡ଼ିଶା): ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ମାଟ୍ରିକ୍ ପରୀକ୍ଷାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କରୋନା କଟକଣା ମଧ୍ୟରେ ହୋଇଛି ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା ।

ପୂର୍ବରୁ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ବାତିଲ୍ କରିଥିଲେ । ଏହାପରେ ବହୁ ବାଦବିବାଦ ପରେ ପରୀକ୍ଷା ଫଳ ପ୍ରକାଶିତ କରାଯାଇଥିଲା । ମାତ୍ର ଏଥିରେ ବହୁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ ତେଣୁ ସେମାନଙ୍କ ପାଇଁ ବିକଳ୍ପ ଭାବରେ ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଛି ।

ଆଜି ମୋଟ୍ ୫୪୦ ଟି ସେଣ୍ଟରରେ ୧୫୧୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ସମସ୍ତ ମାଟ୍ରିକ୍ ପରୀକ୍ଷା ସେଣ୍ଟର ଗୁଡିକରେ କରୋନା କଟକଣା ତଥା ନିୟମ ଗୁଡିକୁ ପାଳନ କରାଯାଇ ପିଲାମାନଙ୍କ ପରୀ କ୍ଷା କରାଯାଉଛି ।

ତେବେ ତ୍ରୁଟିଶୂନ୍ୟ ଭାବରେ ପରୀକ୍ଷା କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ପଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

  • Tags:

Subscribe

National International State Sports Entertainment