ଯୋଧପୁର: ରାଜସ୍ଥାନର ଯୋଧପୁରର ଭଦାସିଆ ଫଳ ବଜାରରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳ ବଜାରରେ ନିଆଁ ଜଳୁଥିବା ଦୃଶ୍ୟ ସକାଳ ବୁଲା ପାଇଁ ବାହାରିଥିବା ଲୋକେ ଦେଖିଥିଲେ। ସେମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।
ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ କରିବାରେ ଲାଗି ପଡ଼ିଛି।
ଅଧିକ ପଢ଼ନ୍ତୁ: ଦୀପାବଳିରେ 'ଗ୍ୟାସ୍ ଚାମ୍ବର'ରେ ପରିଣତ ହେଲା ଦିଲ୍ଲୀ-ଏନସିଆର