ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା, ଖୁବଶୀଘ୍ର ମିଳିବ କେନ୍ଦ୍ରୀୟ ଅନୁଦାନ
Khabar Odisha:Madhusudan-Law-University-is-UGC-accredited-and-will-soon-receive-a-central-grant
ଭୁବନେଶ୍ୱର, ଅକ୍ଟୋବର ୧୩(ଖବର ଓଡିଶା):

କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟକୁ ୟୁଜିସି ମାନ୍ୟତା । ୟୁଜିସି ଅଧିନିୟମ ୧୯୫୬, ଧାରା ୨ ଆନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ୟୁଜିସି ଅଧିନିୟମ ୧୯୫୬, ଧାରା ୨ ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । 

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଓଡିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍‌ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବ । ରାଜ୍ୟରେ ଆଇନ ଶିକ୍ଷାର ମାନ ବଢାଇବ ବୋଲି ଆଶା କରୁଛି ।

  • Tags:

Subscribe

National International State Sports Entertainment