ପୁରୀରୁ ଯୋଧପୁର ଓ ଆଜମୀରକୁ ସ୍ୱତନ୍ତ୍ର ଟ୍ରେନ୍ ଯାତାୟତ ନିମନ୍ତେ ଭାରତୀୟ ରେଳସେବାର ଘୋଷଣା
Khabar Odisha:Indian-Railways-has-announced-special-train-services-from-Puri-to-Jodhpur-and-Azmir
ଭୁବନେଶ୍ବର, ଜାନୁଆରୀ ୧୪ (ଖବର ଓଡ଼ିଶା)

ପୁରୀ ଏବଂ ଯୋଧପୁର ଓ ପୁରୀ ଏବଂ ଆଜମୀର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଭାରତୀୟ ରେଳସେବା ନିଷ୍ପତ୍ତି ନେଇଛି । ପୁରୀ-ଯୋଧପୁର-ପୁରୀ ବିଶେଷ ଟ୍ରେନ ୦୨୦୯୩/୦୨୦୯୪ ପୁରୀ-ଯୋଧପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ମାସ ୨୦ ତାରିଖରୁ ପୁରୀରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୪ଘ.୦୫ମି. ଛାଡିବ ଏବଂ ଜାନୁୟାରୀ ମାସ ୨୩ ତାରିଖରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨ଘ.୧୫ମି.ରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼ ଠାରେ ଏବଂ ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଇତ୍ୟାଦି ଷ୍ଟେସନ ଗୁଡିକ ସହିତ ଅନ୍ୟାନ ଗରୁତ୍ବପୁର୍ଣ୍ଣ ଷ୍ଟେସନ ମାନଙ୍କରେ ଉଭୟ ଦିଗରୁ ପୁରୀ ଓ ଯୋଧପୁର ମଧ୍ୟରେ ରହଣି କରିବ ।

ସେହିପରି ୦୨୦୩୭/୦୨୦୩୮ ପୁରୀ-ଆଜମୀର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ମାସ ୨୧ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ରାତ୍ରି ୧୧ଘ.୦୫ମି. ରେ ଛାଡିବ ଏବଂ ଜାନୁୟାରୀ ମାସ ୨୬ ତାରିଖ ଠାରୁ ଆଜମୀରରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ସନ୍ଧ୍ୟା ୬ଘ.୫୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ବରଗଡ ରୋଡ୍, ବାଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜୀ, ଖରିଆର୍ ରୋଡ୍ ଏବଂ ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱାର୍ଧା, ଭୁଷାବଲ, ଜଲଗାଓଁ, ସୁରଟ, ଭଦୋଦରା, ଅହମ୍ମଦାବାଦ, ସାବରମତୀ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ପୁରୀ ଏବଂ ଆଜମୀର ମଧ୍ୟରେ ଉଭୟ ଦିଗରୁ ରହଣି କରିବ ।

  • Tags:

Subscribe

National International State Sports Entertainment